ଛତ୍ରପୁରର ବିଦ୍ୱାନବ୍ୟକ୍ତି ବି.ସୀତାରାମ ମୂର୍ତ୍ତିଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଯୋଗାଣ ବିଭାଗ ଅଧୀନରେ ନିଯୁକ୍ତ ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ତଥା ଛତ୍ରପୁର କୋର୍ଟଷ୍ଟେସନ ସାହି ବାସିନ୍ଦା ବି.ସୀତାରାମ ମୂର୍ତ୍ତି (୭୨)ଙ୍କ ବୁଧବାର ପ୍ରତ୍ୟୁଷରେ ପ୍ରାୟ ୫ଘଣ୍ଟା୧୫ମି.ରେ ପରଲୋକ ହୋଇଯାଇଛି । ସେ ବାଙ୍ଗାଲୋର ସ୍ଥିତ ମନିପାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ହୃଦରୋଗ-ପୀଡାରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ବି.ହୈମବତୀ, ଦୁଇ ପୁଅ, ବୋହୂ, ତାଙ୍କର ପାଞ୍ଚଜଣ ଭଉଣୀ ଓ ଜ୍ୱାଇଁ ଏବଂ କନିଷ୍ଠଭ୍ରାତା ଛତ୍ରପୁରର ଯୁବ-ଆଇନଜୀବୀ ତଥା ଶଙ୍କର ନେତ୍ରାଳୟ ମେଗା-ହସ୍ପିଟାଲର ଆଇନ ପରାମର୍ଶଦାତା ବି.ଶ୍ରୀନିବାସ ଉପସ୍ଥିତ ଥିଲେ । ସ୍ୱର୍ଗତ ଆତ୍ମନ ଜଣେ ତେଲୁଗୁ ବ୍ରାହ୍ମିଣ ସମ୍ପ୍ରଦାୟର ପାଣ୍ଡିତ୍ୟ ପରିବାରର ପୁତ୍ରଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ହୋଇଛି । ଏନେଇ ଛତ୍ରପୁର ସହରରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରେ ତାଙ୍କରି ଉଦ୍ଦେଶ୍ୟରେ ଶୋକସଭା କରାଯାଇଛି ।

Leave A Reply

Your email address will not be published.