ସଞ୍ଜୟ ଭୋଇଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡି ପଡା ନିବାସୀ ସଞ୍ଜୟ ଶେଖର ଭୋଇଙ୍କ ଦେହାନ୍ତ ଘଟିଛି । ମଙ୍ଗଳବାର ଭୋର ୪ଟା ସମୟରେ ଏକ ଘରୋଇ ହସ୍ପିଟାଲ ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୬୯ ବର୍ଷ ହେଉଥିଲା । ସାରା ସହରରେ ସେ ଜଣେ ମେଳାପୀ ବନ୍ଧୁ ଭାବେ ପରିଚିତ ଥିଲେ । ତାଙ୍କର ଶେଷ ସମୟରେ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ବିଭୁତି ପଡା ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି କରାଯିବା ନେଇ ସୂଚନା ରହିଛି । ବିୟୋଗ ଖବର ପ୍ରସାରିତ ହେବା ପରେ ପରିଚିତ ମହଲରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.