mahavir

ବରିଷ୍ଠ କମ୍ୟୁନିଷ୍ଟ ନେତା ଭାଗିରଥି ପ୍ରଧାନଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ, ତଥା ଏ-ତୋଟାପଲ୍ଲୀ ଗ୍ରାମର ବାସିନ୍ଦା ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥୀ ଭାଗିରଥି ପ୍ରଧାନ ୭୧ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧.୩୦ ସମୟରେ ତାହାଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନଧରି ରକ୍ତହୀନତା ରୋଗରେ ପୀଡିତ ଥିଲେ । ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମଧ୍ୟାହ୍ନରେ ସେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତାଙ୍କ ଆନ୍ତେଷ୍ଟି କ୍ରିୟା ବେଳେ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଯୋଗଦେଇ ତାଙ୍କର ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବରିଷ୍ଠ ସାଥୀ ସିମାଞ୍ଚଳ ସାହୁ, ସିପିଆଇ ନେତା ତଥା ଗଞ୍ଜାମ ଜିଲ୍ଲା ସହ-ସମ୍ପାଦକ ସାଥୀ ନୀଳକଣ୍ଠ ଦାସ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ସାଥୀ ଜନାର୍ଦ୍ଦନ ରେଡ୍ଡୀ, ଆଞ୍ଚଳିକ ସମ୍ପାଦକ ସାଥୀ ଏନ୍. ଗିରିପ୍ରସାଦ ରେଡ୍ଡୀ, ଆଞ୍ଚଳିକ ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ରମ୍ଭା ପୌର ପରିଷଦ କାଉନସିଲର ତଥା ଯୁବନେତା ସାଥୀ କ୍ଷେତ୍ରବାସୀ ନାୟକ, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପି. ଧର୍ମା ରେଡ୍ଡୀ, ବିଜେଡ଼ି ଯୁବନେତା ଜି. ଦିଲେଶ୍ଵର ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଲାଲସଲାମ ଜଣାଇ ଥିଲେ ।

Leave A Reply

Your email address will not be published.