oum

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଦୀପକ କୁମାର

jsm

ସମ୍ବଲପୁର : ଉତ୍ତରାଞ୍ଚଳ ନୂତନ ପୋଲିସ ଡିଆଇଜି ଭାବେ ରବିବାର ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଦୀପକ କୁମାର । ଆଜି ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜର ୫ଟି ଜିଲ୍ଲାର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଆଇଜି ନରସିଂହ ଭୋଳଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୀପକ କୁମାର । ସେଣ୍ଟ୍ରାଲ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ରୂପେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଏହି ରେଞ୍ଜର କେଉଁ ପ୍ରସଙ୍ଗ ଉପରେ ବିଶେଷ ଫୋକସ ଦିଆଯିବ ଓ ମାଓ ସମସ୍ୟା ଉପରେ କି ରଣନୀତି ଗ୍ରହଣ କରାଯିବ ପ୍ରଶ୍ନର ଉତ୍ତରରେ ସବୁ ଜିଲ୍ଲାର ଏସପିଙ୍କ ସହିତ ଆଲୋଚନା କରି ସାରିବା ପରେ ଏସବୁ ପ୍ରସଙ୍ଗ ଉପରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି । ସେ ପୂର୍ବରୁ ବଲାଙ୍ଗିର ଜ଼ିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ କାମ କରିଥିବାରୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଓ ଏହି ଦାୟିତ୍ୱ ହସ୍ତାନ୍ତର ସମୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.