ଡିସେମ୍ବର ୯ରୁ ଚନ୍ଦନଭାଟିରେ ଦ୍ୱିତୀୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟିଠାରେ ଆସନ୍ତା ଡିସେମ୍ବର ୯ ଓ ୧୦ ଦୁଇଦିନ ଧରି ଦ୍ୱିତୀୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ଏଥିରେ ବଲାଙ୍ଗିର, ବରଗଡ, କଳାହାଣ୍ଡି, ସୋନପୁର ଓ ସମ୍ବଲପୁର ଜିଲ୍ଲାର ୮ଟି ଦଳ ଯଥା- ଚନ୍ଦନଭାଟି, ନକଟାସର,ଏଏ ଅମାମୁଣ୍ଡା, ଏନ୍‌ଏଫ୍‌ସି ସୋନପୁର, କଦଳିପାଲି, ୟୁଥକ୍ଲବ ବଲାଙ୍ଗିର, ବଡମାଳ କଳାହାଣ୍ଡି ଓ ବିଏମ୍‌ସି ସ୍ପୋଟିଂ ସମ୍ବଲପୁର ଭାଗନେବେ । ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂ, ରାଜ୍ୟ ସରକାରଙ୍କ କ୍ରୀଡା ଓ ୫ଟି ସଚିବ ଆର.ଭିନିଲକ୍ରୀଷ୍ଣା ଓ ଚନ୍ଦନଭାଟି ସରପଞ୍ଚ ପଙ୍କଜୀନି ସାହୁ ଯୋଗଦେବେ । ସେହିପରି ଉଦ୍‌ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ରାଜ୍ୟ ଗୃହ ନିର୍ମାଣ ନୀଗମର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବିଭିନ୍ନ ମ୍ୟାଚରେ ଯୋଗ ଦେବାକୁ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ସୁଶ୍ରୀ ଗ୍ରୂପର ପ୍ରତିଷ୍ଠାତା ଡଃ ଶ୍ରୀକର ମିଶ୍ର, ପୂର୍ବତନ ରଣଜୀ କ୍ରିକେଟ ଖେଳାଳୀ ସୂର୍ଯ୍ୟ ନାରାୟଣ ମିଶ୍ର, ଜିଲ୍ଲା କ୍ରୀଡା ସଂସଦର ସଂପାଦକ ହରିନାରାୟଣ ପୂଝାରୀ, କାଉନସିଲର ପ୍ରଦୀପ ମିଶ୍ର, ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାର ଓ ପୂର୍ବତନ ରଣଜୀ ଖେଳାଳୀ ସଂଜୟ କୁମାର ବେହେରା ପ୍ରମୁଖ ଯୋଗ ଦେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ବିଳନୀରେ ଟୁର୍ଣ୍ଣାମେଣ୍ଟର ସଂଯୋଜକ ସୁଶାନ୍ତ ପାଣିଗ୍ରାହୀ, କମିଟିର ସଭାପତି କପିଳେଶ୍ୱର ପାଣିଗ୍ରାହୀ, ସଂପାଦକ ପ୍ରଭୁଦତ୍ତ ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ ଦଳାଇ, ଉପଦେଷ୍ଟା ଲକ୍ଷ୍ମଣ କୁମାର ମେହେର, ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ କମିଟିର ନୂଆଖାଉ ବେହେରା, ଅରକ୍ଷିତ ଦଳାଇ, କମଲ ଚୌଧୁରୀ, ସତ୍ୟ ମେହେର, ଶାନ୍ତାନୁ ପୁରୋହିତ, ଶରତ ଦଳାଇ, ଲକ୍ଷ୍ମଣ ଖମାରୀ, ଟୁନା ପାଣିଗ୍ରାହୀ, ଦେବଦତ୍ତ ପ୍ରଧାନ, ଶ୍ରବଣ ଖମାରୀ ଓ ଅମ୍ବରୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.