ଗୋଇମୁଣ୍ଡରେ ପାର୍ବଣ ଉତ୍ସବ “ଦଶ୍‌ରା” କାର୍ଯ୍ୟକ୍ରମ ଅନୁଷ୍ଠିତ : ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ଗ୍ରାମରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ପାର୍ବଣ ଉତ୍ସବ “ଦଶ୍‌ରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କମିଟିର ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼. ନାରାୟଣ ମିଶ୍ର, ବିଶିଷ୍ଟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ଭାବେ ଗୋଇମୁଣ୍ଡ ପଞ୍ଚାୟତ ସରପଞ୍ଚ କାଳିଆ ସରାଫ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ଵର ହଂସ, ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ସଭାପତି ପବିତ୍ର ପୋଢ଼, ବରିଷ୍ଠ ଚିତ୍ରଶିଳ୍ପୀ ଘନଶ୍ୟାମ ମନହୀରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଏକତା, ଭାଇଚାରା, କଳା, ସଂସ୍କୃତିକୁ ଉଜ୍ଜୀବିତ କରି ଦୀର୍ଘ ବର୍ଷର ଏକତାର ସ୍ୱାକ୍ଷର ବହନ କରୁଛି ଏଇ ଦୁର୍ଗା ପୂଜା ଓ ପାର୍ବଣ ଉତ୍ସବ “ଦଶ୍‌ରା” ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅଞ୍ଚଳର ବିଶିଷ୍ଟଟ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବ ସନ୍ଧ୍ୟାରେ ଆୟୋଜିତ ଦଶ୍‌ରା କାର୍ଯ୍ୟକ୍ରମରେ କମିଟି ସଭାପତି ଅକ୍ଷୟ ସାହୁ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ, ଉପ ସଭାପତି ଧନସିଂ ବାଗ ପ୍ରମୁଖ ଉପସ୍ଥିତ ରହି “ଗାଁ ସାମ୍ବାଦିକ ଗୌରବ ସମ୍ମାନ”ରେ ସାମ୍ବାଦିକ ରାଧେଶ୍ୟାମ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଶୋକ ନାରାୟଣ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସହ ସମ୍ପାଦକ ଚିତ୍ତରଞ୍ଜନ ସାହୁ, ଅମିତ ରଣା, ବାବୁନା ସାହୁ, ଯୋଗେନ୍ଦ୍ର ସାହୁ, ଅକ୍ଷୟ ରଣା, ରାଜୀବ ଭୋଇ, ଲାଲୁ ସାହୁ, ତ୍ରିନାଥ ସାହୁ, ଇନ୍ଦ୍ରମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.