ପଦ୍ମପୁର ରାଜବାଟୀ ଦୁର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ୧୨୩ତମ ପୂର୍ତ୍ତି ଅବସରରେ ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା ନବମୀ ଦିନ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମା’ଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଏନେଇ ପୂଜା କମିଟି ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଳ କିଶୋର ସାହୁ, କୋଷାଧ୍ୟକ୍ଷ ଶ୍ୟାମଲାଲ ଦାଶ ଭବ୍ୟ ସ୍ୱାଗତ ଜଣାଇ ମଣ୍ଡପକୁ ପାଛୋଟି ନେଇଥିଲେ । ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ମା’ଙ୍କ ଠାରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ପ୍ରଦାନ କରାଇଥିଲେ । ଏହି ଅବସରରେ ସାଂସଦଙ୍କ ସହ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୂଏ, ପଦ୍ମପୁର ବିଜେପି ନଗର ସଭାପତି ପ୍ରମୋଦ ମେହେର, କାଉନସିଲର ଚିନ୍ମୟ ପଣ୍ଡା, ପ୍ରିତମ ମେହେର, ସୁନୀଲ ଅଗ୍ରୱାଲ, ପ୍ରତାପ ନାଥ, ରମେଶ ଗର୍ଗ, ଡ଼. ନାରାୟଣ ପୁରୋହିତ, ନିରୋଜ ସିହ୍ନା,ନିରୋଜ ଦାଶ, ଆର୍ୟା ସାହୁ, ଅମିତ ଗର୍ଗ, ପ୍ରକାଶ ଦାଶ, ଦେବାଧି ମେହେର, ଶାଶ୍ୱାତ ଦାଶ, ସୌମ୍ୟଜିତ ପାଢ଼ୀ ପ୍ରମୁଖ ମା’ଙ୍କ ଦର୍ଶନ ଲାଭ କରି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Leave A Reply

Your email address will not be published.