oom

ଡେଲାଙ୍ଗରେ ବିଦ୍ୟୁତ ଦର ବୃଦ୍ଧି ନେଇ ଆମ ଆଦୀମୀ ପାର୍ଟିର ବିକ୍ଷୋଭ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ୍ ଆଦମୀ ପାର୍ଟି ଡେଲାଙ୍ଗ ପକ୍ଷରୁ ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଡେଲାଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଛି । ପ୍ରଥମେ ବେରବୋଇ ଗାନ୍ଧୀ ପିଠ ସଫେଇ କରାଯାଇଥିଲା ଏବଂ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶୋଭାଯାତ୍ରାରେ ବାହରି ଡେଲାଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ବିଦ୍ୟୁତ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏଥିରେ ବ୍ଲକ ସଭାପତି ରଣଧିର ପଟ୍ଟନାୟକ, ବ୍ଲକ ସମ୍ପାଦକ ପ୍ରଦୀପ କୁମାର ନାୟକ, ଅଭିସେଖ ପାଣିଗ୍ରାହୀ(କୋଷାଧ୍ୟକ୍ଷ), ସମୀର ସାମନ୍ତରାୟ(ଗଣମାଧ୍ୟମ ସଂଯୋଜକ), ପବିତ୍ର ମୋହନ ଦଳେଇ, ପିପିଲି ନିର୍ବାଚନ ମଣ୍ଡଳୀର ପ୍ରଭାରୀ ମହମ୍ମଦ ଇସ୍ମାଇଲ, ଶ୍ରୀକାନ୍ତ ସାମଲ, ସୁଭକାନ୍ତ ବେହେରା ମହମ୍ମଦ ସୋଲେମାନ, ମହମ୍ମଦ ହାପିଦ, ସୁରେଶ କୁମାର ନାୟକ, ରମଣୀ ରଞ୍ଜନ ନାୟକ, ଦେବିପ୍ରସାଦ ପରିଡା, ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ପୁରୀ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.