ମଲମୁଣ୍ଡା ଓଡିଶା ୱେର ହାଉସିଂ କର୍ପୋରେସନର ଅବସରପ୍ରାପ୍ତ ସୁପରିଟେଣ୍ଡଣ୍ଟଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ କଲେ ମାନ୍ୟବର ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଲମୁଣ୍ଡା ଓଡିଶା ୱେର ହାଉସିଂ କର୍ପୋରେସନର ଅବସରପ୍ରାପ୍ତ ସୁପରିଟେଣ୍ଡଣ୍ଟ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ୧ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କା ଜୋରିମାନା ଆଦେଶ କରିଛନ୍ତି ମାନ୍ୟବର ବଲାଙ୍ଗିର ଭିଜିଲାନ୍ସ ସ୍ୱତନ୍ତ୍ର ନ୍ୟାୟାଧୀଶ । ଜୋରିମାନା ଅନାଦୟେ ଅଧିକ ଦୁଇ ମାସର ଜେଲ ଦଣ୍ଡାଦେଶ ମଧ୍ୟ ଆଦେଶରେ ଉଲ୍ଲେଖ ରହିଛି । ମିଳିଥିବା ସୂଚନା ଅନୁସାରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭିଯୁକ୍ତ ଶ୍ରୀ ବେହେରାଙ୍କ ନାମରେ ଟିଆର୍‌ ନଂ ୧୦୪/୨୦୦୭ରେ ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ମକଦ୍ଦମା ଚାଲିଥିଲା । ତେବେ ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଶ୍ରୀ ବେହେରାଙ୍କ ଅବସରକାଳୀନ ପେନ୍‌ସନ୍‌ ବନ୍ଦ କରାଯିବାକୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ସଂପୃକ୍ତ ବିଭାଗକୁ ସୂଚନା ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.