om academy

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହାମଲାକୁ ଦମନ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ନିର୍ଦ୍ଦୋଷ ହିନ୍ଦୁଙ୍କ ଜୀବନ ହାନି ଘଟିଲା । ଏହାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଭାରତବାସୀଙ୍କ ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମିତ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସାଂଗକୁ ବିଶ୍ଵହିନ୍ଦୁ ପରିଷଦ ଏବଂ ବଜରଙ୍ଗଦଳ ଏହି ଭୀରୁ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ନିନ୍ଦା କରିଛନ୍ତି । ପ୍ରକାଶ ଥାଉକି, ଜାମ୍ମୁ କାଶ୍ମୀର ସ୍ଥିତ ବୈଷ୍ଣବ ଦେବୀ କଟ୍ରାରୁ ଶିବ ଖଡ଼ି ଦେଇ ତୀର୍ଥଯାତ୍ରୀ ବସ ଯାଉଥିବା ସମୟରେ ଜୁନ ୯ ତାରିଖ ଦିନ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ୧୦ଜଣ ନିର୍ଦ୍ଦୋଷରେ ହିନ୍ଦୁ ଯାତ୍ରୀମାନଙ୍କ ଜୀବନ ଚାଲିଗଲା । ଏହି ଘଟଣାକୁ ସମଗ୍ର ଦେଶବାସୀ ଦୃଢ଼ ନିନ୍ଦା କରିଛନ୍ତି । ଏଥି ସହ ସରକାର ଆତଙ୍କବାଦୀ ଦମନ କାର୍ଯ୍ୟକୁ ଅଧିକ ଦୃଢତାର ସହ ମୁକାବିଲା କରିବାକୁ ବଜରଙ୍ଗ ଦଳ ତରଫରୁ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଦାବିପତ୍ର ଗୁରୁବାର ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବଜରଙ୍ଗ ଦଳ ଏହି ଅଘଟଣରେ ମୃତ ହିନ୍ଦୁ ଯାତ୍ରୀଙ୍କ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର ପ୍ରତି ସହାୟ ହେବାପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ଏଭଳି ଆକ୍ରମଣ ସେହି ଅଞ୍ଚଳକୁ ପୁଣି ଅଶାନ୍ତ ବାତାବରଣ ଆଡକୁ ଟାଣି ନେଉଛି ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.