ଡକାୟତି ଯୋଜନା କରୁଥିବା ବେଳେ ପୋଲିସର ଚଢାଉ : ୫ ଗିରଫ

ଖୋର୍ଦ୍ଧା : ଟିଏଲ୍‌ସି ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ ଅନୁଯାଇ ଆଦର୍ଶ ଥାନା ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ , ଖଣ୍ଡା, କଟୁରୀ, ଲୁହାଛଡ ଆଦି ମାରଣାସ୍ତ୍ର ସହ ଗୋଟିଏ ମାରୁତି କାର୍ ଜବତ କରିଥିବା ଜଣାପଡିଛି । ଗିରଫ ଡକାୟତମାନେ ଖୋର୍ଦ୍ଧା ସଦର ଥାନା ଦେଉଳଟାଙ୍ଗି ଗ୍ରାମର ମହମ୍ମଦ ରଜକ, ଖୋର୍ଦ୍ଧା ଆଦର୍ଶ ଥାନା ତରତୁଆର ରାଜୁ ଖାଁ, ଆଦର୍ଶ ଥାନା ଭାଲିଆବାଡିର ନିଲୁ ବେହେରା ଓ କାହ୍ନା ବେହେରା, ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ମଝି ସାହିର କାର୍ତ୍ତିକ ପ୍ରଧାନ ବୋଲି ଜଣାପଡିଛି ।

Leave A Reply

Your email address will not be published.