ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜ୍ୟ ଯୁବ ମୋର୍ଚ୍ଚାର ଦିନେଶ ଶର୍ମାଙ୍କୁ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ୧୬/୦୭/୨୦୨୨ ଦିନ ଜିଲ୍ଲାପାଳଙ୍କ ଜରିଆରେ ନୂତନ ଦାୟିତ୍ୱ ଚିଠି ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତୀୟ ପତ୍ର ଦିଆଯାଇଥିବା ସୂଚନା ମିଳିଛି । ଚିଠିରେ ଉଲ୍ଲେଖ ରହିଛି ଯେ, ନୂତନ ଭାବେ ନିଯୁକ୍ତ ନୋମିନି ଦିନେଶ ଶର୍ମାଙ୍କୁ ଏମ୍ପି ଲାଡ, ଆଇଏପି, ପଶ୍ଚିମ ଓଡିଶା ବିକାଶ ପରିଷଦ, ବିଜୁ କେବିକେ ଓ ଅନ୍ୟାନ୍ୟ ଦାୟିତ୍ୱ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରଦାନ କରିଛନ୍ତି । ରାଜ୍ୟ ବିଜେପିରେ ଶ୍ରୀ ଶର୍ମା ପୂର୍ବରୁ ରାଜ୍ୟ ଯୁବ ସଂଯୋଜକ ରହିଥିବା ବେଳେ ବଲାଙ୍ଗିର ମେଡିକାଲ କଲେଜ ଏମ୍ପିଙ୍କ ନୋମିନି ଓ ବଲାଙ୍ଗିର ମିଡିଆ ସେଲର ପ୍ରଭାରି ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି । ସୋନପୁର ଜିଲ୍ଲା ପ୍ରଭାରି, ବଲାଙ୍ଗିର ମାହେଶ୍ୱରୀ ସଂପାଦକ ରୂପେ ସେ କାର୍ଯ୍ୟ ନିର୍ବାହ କରୁଛନ୍ତି । ବଲାଙ୍ଗିର ଜିଲ୍ଲା ବିଜେପି କର୍ମକର୍ତ୍ତା ତଥା ବୁଦ୍ଧିଜୀବୀ ଶ୍ରୀ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।