centurian jitm

‘ଦୈନିକ ଆଶା’ର ପୁନଃସଂସ୍ଥାପନ ଡିଜିଟାଲ ୱେବସିରିଜର ଉନ୍ମୋଚନ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସର୍ବ ପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ଦୈନିକ ଆଶା’ର ଡିଜିଟାଇଜେସନ ସୋପାନରେ ପାଦ ଦେଇଛି । ଦୈନିକ ଆଶା ପ୍ରତିଷ୍ଠାନ ବହୁଦିନ ଧରି ସୁପ୍ତ ଅବସ୍ଥାରେ ରହି ଆସିଥିବା ବେଳେ ଏହାର ନବକଳେବର ରୂପ ୱେବସିରିଜ ଭାବେ ଆତ୍ମ ପ୍ରକାଶ କରିଛି । ଆଗାମୀ ଦିନରେ ଏହାର ଫୋଟୋ, ଭିଜୁଆଲ ସହ ଗଣମାଧ୍ୟମ ଭାବେ ମାନବ ସମାଜରେ ପ୍ରତିଫଳିତ କରିବ । ପ୍ରତିଟି ମନୁଷ୍ୟର ଦୁଃଖ ଦୁର୍ଦ୍ଦଶା, ଅଭାବ ଅସୁବିଧା, ଆପତ୍ତି, ଅଭିଯୋଗ, ବିବିଧ ସମସ୍ୟା ତଥା ସର୍ବୋପରି ଜନତାର ହିତ ସାଧନା ଦିଗରେ ସହାୟକ ହେବ ବୋଲି ଏହି ଅବସରରେ ଆୟୋଜିତ ଉନ୍ମୋଚନ ସଭା ଏବଂ ବନ୍ଧୁ ମିଳନ ସମାରୋହରେ ଉଦ୍ୟକ୍ତା ଗଣ ମତପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି, ‘ଦୈନିକ ଆଶା’ ଖବରକାଗଜ ତତ୍କାଳୀନ ସମୟରେ ଓଡ଼ିଶାର ଭାଷା ଆନ୍ଦୋଳନ, ଓଡ଼ିଆଙ୍କୁ ଏକାଠି କରିବା, ବିଚ୍ଛିନାଞ୍ଚଳରେ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାକୁ ସରକାରଙ୍କ ଠାରେ ଆଲୋକପାତ କରିବାରେ ଏହି ଖବରକାଗଜ ସମଗ୍ର ଦକ୍ଷିଣ ଓଡ଼ିଶାର ଏକ ମୁଖପାତ୍ର ଭାବେ ସକ୍ରୀୟ ଭୂମିକା ନେଇଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ଏହି ପତ୍ରିକା ବିଶେଷ ଭୂମିକା ପ୍ରଦର୍ଶନ କରିଥିବା ନେଇ ଏକ ଅବିସ୍ମରଣୀୟ ବୋଲି ତାତ୍ଵିକ ଆଲୋଚନାରେ ବକ୍ତା ଓ ଅତିଥିମାନେ ମତ ପ୍ରକାଶ କରିଥିଲେ । ‘ଦୈନିକ ଆଶା’ର ପ୍ରତିଷ୍ଠାତା ଶଶୀଭୂଷଣ ରଥ, ସଂସ୍ଥାପକ କର୍ମବୀର ବୃନ୍ଦାବନ ନାୟକଙ୍କ ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଦୃଷ୍ଟି ଆରୋପ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରାରମ୍ଭରେ ପ୍ରସିଦ୍ଧ ତନ୍ତ୍ରପୀଠର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଫୋଟୋ ଚିତ୍ରରେ ଭକ୍ତିପୂତ ଭାବେ ଦୀପ ପ୍ରଜ୍ଵଳନ ପୂର୍ବକ ଆନୁଷ୍ଠାନିକ ଭାବେ ଏହି ୱେବପୋର୍ଟାଲକୁ ଉଦ୍‌ଘାଟନ କରାଯାଇଛି । ‘ଦୈନିକ ଆଶା’ ମିଡିଆ ପ୍ରତିଷ୍ଠାନର ମୁଖ୍ୟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ତଥା ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ଭଗବାନ ଗନ୍ତାୟତ, ଜାମୁଲାଶଙ୍କର ନାରାୟଣ ରାଓ, ମନୋହର ଦାଶ, ଏସଏମ୍ଆଇଟି ପ୍ରତିଷ୍ଠାନର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୋନାଲି ଗନ୍ତାୟତ, ବୈଷୟିକ ବିଭାଗର ସମ୍ବିତ ପାତ୍ରୀ, ତାରାତାରିଣୀ ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ ତଥା ପରିଷଦର ପ୍ରମୁଖ ସଦସ୍ୟ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ୍ ପ୍ରତିନିଧି ଗଣ ଯୋଗଦେଇଥିଲେ ।

Leave A Reply

Your email address will not be published.

error: Content is protected !!