ଝାରମୁଣ୍ଡା ସାପ୍ତାହିକ ବଜାରରେ ଏଥ୍‌ଲେଟିକ୍‌ ଏସୋସିଏସନ୍ ଝାରମୁଣ୍ଡା ପକ୍ଷରୁ ଦହି ପାଣି ବଣ୍ଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରୀଷ୍ମ ପ୍ରକୋପ ପ୍ରଚଣ୍ଡ ମାତ୍ରାରେ ଅନୁଭୁତ ହେଉଛି । ଯାହା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଲୋକେ ତ୍ରାହି ତ୍ରାହି ଭଯୁଛନ୍ତି । ତେବେ ପ୍ରଚଣ୍ଡ ତାତିରୁ ସାମାନ୍ୟ ତୃପ୍ତି ପାଇବା ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥ୍‌ଲେଟିକ୍‌ ଏସୋସିଏସନ୍ ପକ୍ଷରୁ ସ୍ଥାନୀୟ ସାପ୍ତାହିକ ବଜାରରେ ଦହି ପାଣି ବଣ୍ଟନ ହୋଇଛି । ଏଥିରେ ହଜାର ସଂଖ୍ୟାରେ ଲୋକେ ଦହି ପାଣି ପିଇ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି । ଏସୋସିଏସନ୍ କର୍ମକର୍ତ୍ତା ବଜାର ପାର୍ଶ୍ୱରେ ବାଟୋଇଙ୍କୁ ଦହି ପାଣି ଦେବା ସହିତ ବଜାରରେ ବୁଲି ବୁଲି ମଧ୍ୟ ବେପାରୀ ସମେତ ଖାଉଟିଙ୍କୁ ଦହି ପାଣି ବଣ୍ଟନ କରାଯାଇଥିଲା । ଉପସଭାପତି ମନୋଜ ଧରୁଆ ଓ ସହ ସମ୍ପାଦକ ସୁଧାଂଶୁ ମହାକୁରଙ୍କ ତତ୍ତ୍ୱାବଧାନରେ ଗୋବିନ୍ଦ ବେହେରା, ଗୁଣମଣୀ ସେଠ୍, ବିନୋଦ ଧରୁଆ, ସନ୍ତୋଷ ମେହେର, ସୁନିଲ ମେହେର, ଗୋକୁଳ ମେହେର, ଆନନ୍ଦ ଧରୁଆ, ମିନିକେତନ ଧରୁଆ, ସମାରୁ ଚନ୍ଦନ, କାର୍ତ୍ତିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲ ଥିଲେ । ସୂଚନା ଥାଉକି, ଏସୋସିଏସନ୍ ୩୩ତମ ପ୍ରତିଷ୍ଠା ଦିବସ ସପ୍ତାହ ଅବସରରେ ଆଜି ଝାର୍ମୁଣ୍ଡାସ୍ଥିତ ସାପ୍ତାହିକ ବଜାରରେ ଉକ୍ତ ଦହି ପାଣି ବଣ୍ଟନ ହୋଇଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.