୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ନେଇ ଏସ୍ପିଙ୍କ ସୂଚନା
ବଲାଙ୍ଗିର, (କେପିଏନ୍ଏସ୍) : ୧୫ ଜଣ ଦାଦନ ଶ୍ରମିକଙ୍କୁ ଲାଠୋର ପୋଲିସ ଉଦ୍ଧାର କରିଥିବା ନେଇ ଏସ୍ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ଦାଦନ ସର୍ଦ୍ଦାର ପ୍ରେମାନନ୍ଦ କୁମ୍ଭାରଙ୍କ ନାମରେ ଲାଠୋର ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇ ସୂଚନାରେ କୁହାଯାଇଛି । ଅନ୍ୟପଟେ ଜିଲ୍ଲା ପୋଲିସର ମିଶନ ଉଦ୍ଧାର ଅଧିନରେ ଏଯାଏଁ ଜିଲ୍ଲାରେ ୫୯୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୧ ଜଣ ଶ୍ରମିକ ସର୍ଦ୍ଦାରଙ୍କୁ ଗିରଫ କରାଯାଇଥିବା ନେଇ ଏସ୍ପି ନୀତିନ କୁଶଲକର ସୂଚନା ଦେଇଛନ୍ତି ।