ଓଷ୍ଟା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଓଷ୍ଟା ପକ୍ଷରୁ ଧାରଣା ଦିଆଯାଇଥିଲା । ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ କୁମାର ପୁଟେଲ ଓ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ୬ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏହି ୬ଦଫା ଦାବିପତ୍ରରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ ପ୍ରଦାନ ଓ ଚାକିରୀ ସର୍ତ୍ତାବଳୀ, ଅବସର ବୟସ ୬୦ରୁ ୬୨ବର୍ଷକୁ ବୃଦ୍ଧି, ଗ୍ରେଡ଼ ପେରେ ଅସଂଗତ ଦୂର ସହ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇଂକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମର ପୁନଃ ପ୍ରଚଳନ ଆଦି ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । ସହକାରୀ ଜ଼ିଲ୍ଲାପାଳ (ରାଜସ୍ୱ) ରାମନାରାୟଣ ମିଶ୍ର ଏହି ଦାବିପତ୍ର ଗ୍ରହଣ କରିଥିଲେ । ନିଜ ଦାବି ଗୁଡିକ ଯଦି ଚଳିତ ମାସ ୧୫ତାରିଖ ସୁଦ୍ଧା ସରକାର ପୂରଣ ନ କରନ୍ତି ତେବେ ଅଗଷ୍ଟ ୧୬ରେ ଭୁବନେଶ୍ୱର ପିଏମ୍‌ଜି ରାସ୍ତାରେ ଆନ୍ଦୋଳନ କରିବାକୁ ଧାରଣା ସଭାରେ ଶିକ୍ଷକ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଓଷ୍ଟା କର୍ମକର୍ତ୍ତା ସୁଧୀର ନାଏକ, ଅନିଲ ସାହୁ, ମାନିକର ମାଝୀ, ପ୍ରଣତି ପାଣିଗ୍ରାହୀ, ଶୁଭେନ୍ଦ୍ର ମହାନ୍ତି (ଟୁକୁ ), ପିତାମ୍ବର ଛତର, କୃଷ୍ଣ ଚନ୍ଦ୍ର ବାରିକ, ଗୋବିନ୍ଦ ବଗର୍ତି, ସଂଜୀବ ହୋତା, ନବକିଶୋର ନନ୍ଦ, ସୁଶାନ୍ତ ଦାଶ, ଭକ୍ତ ପୁରୋହିତ ଲୋକନାଥ ମେହେର, ରୁଦ୍ର କର୍ମୀଙ୍କ ସମେତ ଜ଼ିଲ୍ଲାର ୧୪ଗୋଟି ବ୍ଲକର ସମ୍ପାଦକ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ଧାରଣରେ ସାମିଲ ହେବା ସହ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.