jayashree

ବିଡିଓଙ୍କ ଉଦ୍ଦେଶ୍ୟରେ ‘ଗାଁ ସାଥୀ ସଂଘ’ର ଦାବୀପତ୍ର ପ୍ରଦାନ

ପାଟଣା : ଗାଁ ସାଥୀ (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ସଭାପତି ସୁଦର୍ଶନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଟଣା ବ୍ଲକ ମନରେଗା ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ମନରେଗା କାର୍ଯ୍ୟରେ ମେଟମାନଙ୍କୁ ସମସ୍ତ ଲାଇନ ବିଭାଗ ବାର୍ଷିକ ୧ଶହ ଦିନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରେମଚାନ୍ଦ ଚୌଧୁରୀ ନିର୍ଦେଶକ ସ୍ଵତନ୍ତ୍ର ପ୍ରକଳ୍ପଙ୍କ ଚିଠି ନମ୍ବର ୯୪୦ ତା ୧୧/ ୦୨/୨୦୧୯ ଓ ଅରିନ୍ଦମ ଡାକୁଆ ନିର୍ଦେଶକ ସ୍ଵତନ୍ତ୍ର ପ୍ରକଳ୍ପଙ୍କ ଚିଠି ନମ୍ବର ୨୯୪୦ ତା ୧୧/ ୦୨ /୨୦୨୧ ଓ ପ୍ରକଳ୍ପ ନିର୍ଦେଶକ ଡିଆର୍‌ଡିଏ କେନ୍ଦୁଝର ଚିଠି ନମ୍ବର ୧୧୦ ତା ୨୮/୧/୨୦୨୦ ମାଧ୍ୟମରେ ସମସ୍ତ ବିଭାଗକୁ ଜଣାଇଥିଲେ ସୁଦ୍ଧା ମେଟମାନଙ୍କୁ ନିୟୋଜିତ ନକରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣା ଜଙ୍ଗଲ ସାଥୀ, କୃଷକ ସାଥୀ, ଉଦ୍ୟାନ ସାଥୀ, ସାଧାରଣ ବ୍ୟକ୍ତିଙ୍କ ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମରେ ପଞ୍ଜିକରଣ କରୁଥିବାରୁ ବୈଠକରେ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା ।

ମେଟ ବ୍ୟତୀତ ଅନ୍ୟ ସାଧାରଣ ବ୍ୟକ୍ତିଙ୍କ ପଞ୍ଜିକରଣ ରଦ୍ଧ କରାଯିବା ଓ ମେଟମାନଙ୍କୁ ନିୟୋଜିତ କରାଯିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣାଙ୍କ ଅନୁପସ୍ଥିତିରେ ମନରେଗା ସହ ଅଧିକାରୀ ଲକ୍ଷ୍ମଣ କୁମାର ପୃଷ୍ଟିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସମ୍ପାଦକ ଅଜିତ କୁମାର ମହାନ୍ତ, ଘସିପୁରା ବ୍ଲକ ଉପଦେଷ୍ଟା ଅଣାକର ବାବୁ, ନିରୁପମା ଟୁଡୁ, ରମେଶ ଚନ୍ଦ୍ର ମହାନ୍ତ, ମୋହନ ଚରଣ ମହାନ୍ତ, ଲଷ୍ମୀଧର ମହାନ୍ତ, ରବୀନ୍ଦ୍ର ନାଏକ, ଅମ୍ବିକା ନାଏକଙ୍କ ସହ ଶତାଧିକ ମେଟ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.