oom

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ବିଦ୍ୟୁତ୍ ବ୍ୟବସ୍ଥାର କଣ୍ଟାବାଞ୍ଜି ଆଞ୍ଚଳିକ କମିଟି ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ବିଦ୍ୟୁତ୍ ବ୍ୟବସ୍ଥାର କଣ୍ଟାବାଞ୍ଜି ଆଞ୍ଚଳିକ କମିଟି ପକ୍ଷରୁ ଦାବୀ ପତ୍ର ଉପସ୍ଥାପିତ କରାଯାଇଛି । ଦାବୀରେ କୁହାଯାଇଛି ଯେ, ଓଡ଼ିଶା ହେଉଛି ଏଭଳି ଏକ ରାଜ୍ୟ ଯେଉଁଠି ବିଜୁଳି ଉତ୍ପାଦନର ନିଅଣ୍ଟିଆ ପରିସ୍ଥିତି ନାହିଁ । ପ୍ରଥମେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା ବୁଝୁଥିଲା । ରାଜ୍ୟ ସରକାର ରାଜ୍ୟର ବିଦ୍ୟୁତ୍ ବୋର୍ଡକୁ ଭାଙ୍ଗିଦେଇ ବଣ୍ଟନ ବ୍ୟବସ୍ଥାକୁ ଘରୋଇ କମ୍ପାନୀ ହାତକୁ ଟେକିଦେଲା । ଏଇଏସ୍ ଓ ରିଲାଇନ୍ସ୍ ଭଳି କମ୍ପାନୀ ଓଡିଶାକୁ ଆସି କୋଟି କୋଟି ଟଙ୍କା ଆଦାୟ କରି ଚାଲିଗଲେ ଓ ରାଜ୍ୟ ସରକାର କ୍ଷତି ସହିଲା । ବର୍ତ୍ତମାନ ଟାଟା କମ୍ପାନୀ ଓଡିଶାର ବିଦ୍ୟୁତ୍ ବଣ୍ଟନ ନେଲା ପରେ ଟାଟା କମ୍ପାନୀର ଲୋକଙ୍କ ଉପରେ ଜଲୁମ ଚାଳିଛି । ବକେୟା ବିଲ୍ ଆଦାୟ ନାମରେ ଗରିବ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ବିଦ୍ୟୁତ ଲାଇଟ୍ କାଟି ଦିଆଯାଇଛି । ଏହାର ପ୍ରତିବାଦରେ ଆଜି ରାଜ୍ୟ ତମାମ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ ଏବଂ ଦାବୀପତ୍ର ପ୍ରଦାନ କରିଥିଲେ ।
୧- ଟା ଟା କମ୍ପାନୀର ଅରାଜକତା ଓ ଜୁଲୁମ୍ ବନ୍ଦ୍ କରାଯାଉ ।
୨- ବିଦ୍ୟୁତ୍ ବିଭ୍ରାଟର ପ୍ରତିକାର ଓ ନିରନ୍ତର ବିଜୁଳି ଯୋଗାଣର ବ୍ୟବସ୍ଥା ହେଉ ।
୩- କମ୍ପାନୀ ରାଜ୍ ବନ୍ଦ୍ କରି ରାଜ୍ୟ ସରକାର ବିଦ୍ୟୁତକୁ ନିଜ ହାତକୁ ନିଅନ୍ତୁ ।
୪- ବିଦ୍ୟୁତ୍ ବୋର୍ଡକୁ ପୁନଃ ପ୍ରତିଷ୍ଠା କରାଯାଉ ।
୫- ବିଦ୍ୟୁତ୍ ଶୁଳ୍କ କମାଇ ଦିଆଯାଉ ।
୬- ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ରାଜ୍ୟ ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ସମସ୍ତ ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଉ । ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ ବୋଲି କଣ୍ଟାବାଞ୍ଜି ସହକାରୀ ଯନ୍ତ୍ରୀ ବିଦ୍ୟୁତ୍ ବିଭାଗଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାରଙ୍କୁ ଲିଖିତ ଆକାରେ ଗୋପାଳ ଭୋଇ, ବପ୍ସଶୀଧର ପଧାନ୍, ଅର୍ଜୁନ ଖର୍ସେଲ, ପାଣ୍ଡବ ଭୋଇ, ରଶିକ ରଣା ଏବଂ ସଦସ୍ୟ ସଦସ୍ୟା ବୃନ୍ଦ ଦାବୀପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.