om academy

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ବିଇଡି ନାମ ଲେଖାରୁ ବଂଚିତ ନ କରିବା ପାଇଁ ଛାତ୍ର କଂଗ୍ରେସର ଦାବୀପତ୍ର

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଏ ଅଂଚଳର ଛାତ୍ରମାନେ ଉତ୍ତମ ଶିକ୍ଷା ସାଙ୍ଗକୁ ବିଭିନ୍ନ ବିଭାଗରେ ନାମ ଲେଖେଇ ଅଧ୍ୟୟନ କରିପାରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ ଓ ପ୍ରଶାସନିକ ଅପାରଗତା ଯୋଗୁଁ ଏ ବର୍ଷ ବିଇଡି ନାମ ଲେଖା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ହୋଇ ପାରୁନାହିଁ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଜମି ସଂକ୍ରାନ୍ତୀୟ ଅନୁସଙ୍ଗିକ କାଗଜପତ୍ର ଠିକ୍‌ ସମୟରେ ଦାଖଲ ନ କରିପାରିବା ତଥା ଏନ୍‌ସିପିଏର ଗାଇଡଲାଇନ୍‌ ହିସାବରେ ସମସ୍ତ ତଥ୍ୟ ଠିକ୍‌ ସମୟରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାଖଲ ନ କରି ପାରିବା ଯୋଗୁଁ ବଲାଙ୍ଗିର ତଥା ଆଖପାଖ ଅଂଚଳର ଅନେକ ମେଧାବୀ ତଥା ଗରିବ ଛାତ୍ର ବିଇଡି ଶିକ୍ଷାରୁ ବଂଚିତ ହେଉଛନ୍ତି । ତେଣୁ ଏହାର ପ୍ରତିବାଦ କରି ଜିଲ୍ଲା ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଛାତ୍ର ନେତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଛାତ୍ର ଦଳ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୂଳପତି ଉମାବଲ୍ଲଭ ମହାପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ସେମାନେ ଦାବୀ କରିଛନ୍ତି ଯେ, ରାଜ୍ୟରେ ବଲାଙ୍ଗିର ଜିଲ୍ଲା ଏକ ଆର୍ଥିକ ଅନଗ୍ରସର ଜିଲ୍ଲା । ଏଠାକାର ଛାତ୍ରମାନଙ୍କ ପାଇଁ ଉଚ୍ଚତର ଶିକ୍ଷା ପାଇଁ ଏଠାରେ ପର୍ଯ୍ୟାପ୍ତ ସୁବିଧା ନାହିଁ । ଏପରି ସ୍ଥଳେ ଏଠାରେ ଲିଥିବା ବିଇଡି ପାଠ୍ୟକ୍ରମକୁ ବିଭିନ୍ନ ଆଳ ଦେଖାଇ ଏ ବର୍ଷ ପାଇଁ ବନ୍ଦ କରୁଥିବାରୁ ଏଠାକାର ଅନେକ ମେଧାବୀ ଓ ଗରିବ ଛାତ୍ର ବିଇଡି ପାଠପଡାରୁ ବଂଚିତ ହେଉଛନ୍ତି । ତେଣୁ ଏନ୍‌ସିଟିଇ ଏପରି ଛାତ୍ର ବିରୋଧି ନୀତିକୁ ପ୍ରତ୍ୟାହାର କରି ଏ ବର୍ଷ ନାମଲେଖା ବନ୍ଦ ହେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ କୂଳପତି ଶ୍ରୀ ମହାପାତ୍ରଙ୍କ ସମ୍ମୁଖରେ ଦାବୀପତ୍ର ମାଧ୍ୟମରେ ଦାବୀ ଜଣାଇଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ମୁଖପାତ୍ର ନିତିଶ ପଧାନ, ସରୋଜ ପଧାନ, ମନୋରଂଜନ ବିଶ୍ୱାଲ, ସାନୁ ମନହିରା, ରୋଶନ ପଣ୍ଡା, ରାକେଶ ମିଶ୍ର ଏବଂ ତାପସ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.