ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ସମସ୍ତ କେନ୍ଦୁପତ୍ର କର୍ମଚାରୀଙ୍କ ପକ୍ଷରୁ ସତର ଗୋଟି ଦାବି ନେଇ ବେଲପଡା ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା । ଏଥିରେ ରାଜ୍ୟ କେନ୍ଦୁପତ୍ର ସମ୍ପାଦକ ଶିବାନନ୍ଦ ପରିଛା ଯୋଗଦାନ କରି କାର୍ଯ୍ୟ ଭାର ତୁଳାଇ ଥିଲେ । ଏଥିରେ ବେଲପଡା ବ୍ଲକର ସମସ୍ତ ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ, ମୁନସି, ହେଡ ଚେକର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ତାଙ୍କର ସତର ଗୋଟି ଦାବି ଉପସ୍ଥାପନ କରିଥିଲେ । କେନ୍ଦୁପତ୍ର ତୋଳାଳୀ ମାନଙ୍କ କେରି ପ୍ରତି ଟଙ୍କା ବୃଦ୍ଧି କରାଯାଉ, ସିଜିନାଲ କର୍ମଚାରୀମାନଙ୍କ ମାସିକ ବୃଦ୍ଧି କାରାଯାଉ ଏଭଳି ୧୭ ଗୋଟି ଦାବି ଉପସ୍ଥାପନ କରିଥିଲେ । ଏହି ଆନ୍ଦୋଳନରେ ଜଗଦୀଶ ବନଛୋର, ପଦ୍ମଲୋଚନ ସାହୁ, ଗୁପ୍ତେଶ୍ଵର ବେହେରା, ଭୋଜରାଜ ବେହେରା, ମଧୁ ମାଝୀ, ଆଗଣ୍ଡାରାମ ସୁନାନୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଗାମୀ ତାରିଖ ୨୭-୦୨-୨୦୨୬ ଭିତରେ ତାଙ୍କର ଦାବି ଯଦି ପୂରଣ ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
Next Post