ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ୨୨ଟି ପଞ୍ଚାୟତର ସମସ୍ତ ପଞ୍ଚାୟତ ସ୍ତରୀୟ ଇସି ସଂଘ ଗଠନ କରାଯାଇଥିଲା । ହେଲେ ସଂଘର ଅଜାଣତରେ ପଞ୍ଚାୟତ ସ୍ତରୀୟ ଇସି ସଂଘ ଗଠନ କରାଯାଇଥିବା ବେଳେ ତାକୁ ପୁନଃଗଠନ କରିବା ନେଇ ଆଜି ଶତାଧିକ ଇସି ସଂଘର ଶତାଧିକ ସଦସ୍ୟାମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଭେଟି ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ । ଲିଖିତ ଅଭିଯୋଗ ଅନୁସାରେ ବ୍ଲକର ୨୨ ଖଣ୍ଡ ପଞ୍ଚାୟତକୁ ନେଇ ପୂର୍ବରୁ ଇସି ସଂଘ ଗଠନ କରାଯାଇଥିଲା । ଇସି ସଂଘର ସୁପାରିଶ କ୍ରମେ ସିଆର୍ପି, ଏମ୍ବିକେ କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ରମାନଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ପୂର୍ବର ଗଠିତ ପଞ୍ଚାୟତ ସ୍ତରୀୟ ଇସି ସଂଘର ଅନୁପସ୍ଥିତରେ ନୂତନ ଇସି ଗଠନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଯଦି ସରକାର ପୁନଃଗଠନ କରିଛନ୍ତି ତାହା ହେଲେ ସମସ୍ତ ସଂଘକୁ ଭାଙ୍ଗି ଦିଆଯାଇ ନୂତନ ଭାବେ ଗଠନ କରାଯାଉ ବୋଲି ଦାବୀ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ଜ୍ୟୋତ୍ସ୍ନା ସାହୁ, କ୍ଷିରୋଦିନୀ ସାହୁ, ବୀଣା ପ୍ରଧାନ, ସୁମିତ୍ରା ଭୋଇ, ସୂର୍ଯ୍ୟକାନ୍ତି ପଟେଲ, ଦୀପାଞ୍ଜଳି ଲୁହାରଙ୍କ ସହ ଶତାଧିକ ସଂଘର ସଦସ୍ୟା ଉପସ୍ଥିତ ଥିଲେ ।
Prev Post