ଅଲ୍‌ ଓଡିଶା ଇପିଏଫ୍‌ ପେନସନର୍ସ ଆସୋସିଏସନ ବଲାଙ୍ଗିର ଶାଖା ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ୍‌ ଓଡିଶା ଇପିଏଫ୍‌ ପେନସନର୍ସ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ଧାରଣ ଦିଆଯାଇଥିଲା ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୋଡାଲ ଅଧିକାରୀଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କାକୁ ବୃଦ୍ଧି, ପେନସନ୍‌ ସହ ମହଙ୍ଗାଭତ୍ତା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବଦ୍ଧିତ ପେନସନ ପ୍ରଦାନ ଓ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ ତୁରନ୍ତ ଦେବା ପାଇଁ ଦାବୀ କରାଗଲା । ଏଥିରେ ବଲାଙ୍ଗିର ସଂଘର ସଭାପତି ବିଶ୍ୱ ପ୍ରକାଶ ମିଶ୍ର, ଉପ-ସଭାପତି ଅଭୟ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ଅମୂଲ୍ୟ ଭୂଷଣ ମିଶ୍ର, ସନ୍ତୋଷ କୁମାର ତ୍ରିପାଠୀ, ମହେଶ୍ୱର ମେହେର ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.