ପଦ୍ମପୁର ଟ୍ରାଫିକ ସିଗନାଲରେ ଖରା ଯୋଗୁଁ ଲୋକଙ୍କ ପାଇଁ ସେଡ ବ୍ୟବସ୍ଥା କରିବାକୁ ଦାବିକଲେ କାଉନ୍ସିଲର ଇଂ. କୁନାଲ ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଦର ମହକୁମାରେ ପ୍ରତିଦିନ ବିଭିନ୍ନ କାର୍ଯ୍ୟାଳୟ ସ୍କୁଲ କଲେଜ ତଥା ବଜାର ପାଇଁ ଆଖପାଖ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଆସିଥାନ୍ତି । ତେବେ ସହରର ମୁଖ୍ୟ ଛକ କୁହାଯାଉଥିବା ରଞ୍ଜିତ ସିଂ ଛକରେ ଭିଡ଼ ଲାଗିଥିବା ଯୋଗୁଁ ଟ୍ରାଫିକ ସିଗନାଲ ପାଇଁ ଏଠାରେ ଲୋକେ ଅଟକିଥାଆନ୍ତି । ଅନ୍ୟପଟେ ଏହି ଛକ ଦେଇ ବରଗଡ଼ ଜିଲ୍ଲା ମୁଖ୍ୟାଳୟରୁ ନୃସିଂହନାଥ ଏବଂ ନୂଆପଡା ଜିଲ୍ଲା ମୁଖ୍ୟାଳୟକୁ ଯୋଡୁଥିବା ଓ ବିଜୁଏକ୍ସପ୍ରେସ ୱେ ଓ ବଲାଙ୍ଗିରରୁ ଛତିଶଗଡ ରାଜ୍ୟ ବାସନାକୁ ଯାଉଥିବା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଟ୍ରାଫିକ ପାଖରେ ଅଟକୁଥିବା ଲୋକେ ବର୍ତ୍ତମାନ ବଢୁଥିବା ରୌଦ୍ର ତାପରେ ହନ୍ତସନ୍ତ ହେଉଛନ୍ତି । ତେବେ ଏନେଇ ଛକର ଚାରିପାର୍ଶ୍ୱରେ ସିଗନାଲ ସମୟରେ ଟ୍ରାଫିକରେ ଛିଡା ହେଉଥିବା ଲୋକଙ୍କ ସୁବିଧା ପାଇଁ ସେଡ ନିର୍ମାଣ ପାଇଁ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଜଣେଇଛନ୍ତି ଯୁବ ସାମାଜିକ କର୍ମୀ ତଥା କାଉନ୍ସିଲର ଇଂ. କୁନାଲ ପାଣିଗ୍ରାହୀ । ଏନେଇ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଶ୍ରୀ ପାଣିଗ୍ରାହୀ ।

Leave A Reply

Your email address will not be published.