ଆଙ୍ଗୋଲିଆ ୬୬୨ ବଲାଙ୍ଗିର ଜିଲ୍ଲାର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୦ ସମୟରେ ବଲାଙ୍ଗିର ଜିଲ୍ଲା ଅଲ୍‌ ଓଡିଶା ସରକାରୀ ଅଧ୍ୟାପକ ଏମ୍‌ପ୍ଲଇ ଏସୋସିଏସନ (ଆଙ୍ଗୋଲିଆ) ୬୬୨ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପ୍ରଣବ କୁଅଁରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇ ଗତ ତା.୨୧.୦୧.୨୦୨୩ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଅଧ୍ୟାପକ କର୍ମଚାରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ଦୃଢ ବିରୋଧ କରାଯାଇଥିଲା । ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସମାନ କାମକୁ ସମାନ ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଂଘର ନିଷ୍ପତ୍ତି ଅନୁଯାୟୀ, ଯଦି ସରକାର ଏହି ଦାବୀକୁ ବିଚାର କରି ପୂରଣ ନ କରନ୍ତି ଆସନ୍ତା ଫେବୃୟାରୀ ୩.୦୨.୨୦୨୩ରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ସବୁ ଜିଲ୍ଲାର ଅଧ୍ୟାପକ କର୍ମଚାରୀମାନେ ଅନ୍ୟାୟ ପ୍ରତିବାଦରେ ଏକ ବିଶାଳ ଜନସମାବେଶରେ ଯୋଗଦାନ କରି ନିଜର ହକ୍‌କୁ ସାବ୍ୟସ୍ତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ଯଦି ଏହି ନ୍ୟାର୍ଯ୍ୟ ଦାବୀ ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଅଧ୍ୟାପକ କର୍ମଚାରୀମାନେ ଆମରଣ ଅନଶନ ସହିତ ଆତ୍ମହୁତି ଦେବାର ନିଷ୍ପତ୍ତି ନିଆଯାଇଛି । ଅଦ୍ୟ ବୈଠକରେ ସଂପାଦକ ଛବିଳ ବଗର୍ତ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ଓ ସଭାରେ ରାଜେଶ ମିଶ୍ର, ଶାନ୍ତନୁ ପାତ୍ର, ଧନଞ୍ଜୟ ସେଠ, ସଞ୍ଜୟ ସିଂ, ଜୟପ୍ରକାଶ ମିଶ୍ର, କୃପାସିନ୍ଧୁ ଯୋଷୀ, ଶିବ ଶଙ୍କର ଉଦ୍‌ଗାତା, ରାଜେନ୍ଦ୍ର ମିଶ୍ର, ମୁକେଶ ସାହୁ, ପ୍ରଶାନ୍ତ ବେହେରା, ରାଜ କୁମାର ସାହୁ, ସୁଦାମ ଚରଣ ଖମାରୀ, ହେମନ୍ତ ସାହୁ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.