centurian jitm

ପହଲଗାମ ଆତଙ୍କବାଦର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କଲା ଏବିଭିପି

nschool
  • ବଲାଙ୍ଗିରରେ ପାକିସ୍ତାନ ମୁର୍ଦାବାଦର ନାରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପହଲଗାମରେ ଆତଙ୍କବାଦୀ ନିରୀହ ପର୍ଯ୍ୟଟକଙ୍କୁ ଧାର୍ମିକ ଆଧାରରେ ଗୁଳି ମାରି ହତ୍ୟା କରିବା ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ଏଥିରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ଆତ୍ମାଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ବର୍ବରୋଚିତ କାଣ୍ଡ ଘଟାଇଥିବା ସମସ୍ତ ଆତଙ୍କବାଦୀ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ସରକାର ଓ ସେନା ବିରୋଧରେ ଭାରତ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଓ ଭାରତରେ ରହୁଥିବା ପାକିସ୍ଥାନୀ ମାନଙ୍କୁ ଦେଶରୁ ବାହର କରନ୍ତୁ ବୋଲି ଦାବି କରାଯାଇଛି । ବିକ୍ଷୋଭ ପ୍ରଦର୍ଶନରେ ପାକିସ୍ତାନ ମୁର୍ଦାବାଦ ଓ ଆତଙ୍କବାଦୀ ବିରୋଧରେ ମୁର୍ଦାବାଦର ନାରା ପ୍ରକମ୍ପିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ଲାଠୋର ଗାଁର ଦିନେଶ ଅଗ୍ରୱାଲ ଏହି ଆତଙ୍କବାଦର ଶିକାର ହୋଇ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଯାହାକି ବଲାଙ୍ଗିର ଜିଲ୍ଲାରେ ଶୋକ ସୃଷ୍ଟି କରିଛି । ଏଥିରେ ଏବିଭିପିର ନଗର ଉପସଭାପତି ତଥା ରାଜ୍ୟ ସିଡ଼ିଡ଼ି ସଂଯୋଜକ ମଞ୍ଜିତ କୁମାର କର୍ମି, ଜିଲ୍ଲା ସଂଯୋଜକ ଉତ୍ତମ ବରାଡ, ନଗର ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଅଷ୍ଟମୀ ନାଗ, ଛାତ୍ରନେତା ନଗର ସମ୍ପାଦକ ତେଜରାଜ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ବିକାଶ ସାହୁ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଛାତ୍ରନେତା ଆକାଶ କମ୍ପ, ବିଶ୍ଵ ଭୂଷଣ ସିଂହ, ଠାକୁର ସେଠ, ପ୍ରବୀଣ କୁମ୍ଭାର, ଶୁଭେନ୍ଦୁ ସିଂହଦେଓ, କ୍ରିଷ୍ଣା ସୁନା, ସ୍ମୃତିରାଣୀ ବଗାର, ଅଙ୍କିତା ମୁଗ୍ରୀ, ଦିପଲ୍ ବାରିକ, ଝରଣା ବାଗ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.