oom

ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଅଭିଯୋଗରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା : କାର୍ଯ୍ୟାନୁଷ୍ଠାନ ଦାବୀ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ଜଣେ ଅଣହିନ୍ଦୁ ଧର୍ମର ଯୁବକ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବା ନେଇ ବାଲିଗୁଡା ଓ କୋଟଗଡ ଥାନାରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା କନ୍ଧମାଳ ଶାଖା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅଞ୍ଚଳର ରଶାନ୍ତ ନାୟକ ନାମକ ଜଣେ ଅଣହିନ୍ଦୁ ଯୁବକ ସୋସିଆଲ ମିଡ଼ିଆ (ଫେସବୁକ ଏକାଉଣ୍ଟ)ରେ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅପମାନ ସୂଚକ ଏକ ପୋଷ୍ଟ କରିଛନ୍ତି ଯାହାକି ହିନ୍ଦୁ ଧର୍ମର ଭାବାବେଗ ଓ ଧାର୍ମିକ ଭାବନା ପ୍ରତି କୁଠାରଘାତ ହୋଇଛି । ଜିଲ୍ଲାରେ ସାମ୍ପ୍ରଦାୟିକ ଦଙ୍ଗା ପରେ ଭାଇଚାରା ଫେରି ଆସୁଥିବା ବେଳେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଭାଇଚାରା କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ରଶାନ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ତୁରନ୍ତ ଗିରଫ କରା ନଗଲେ ଆଗାମୀ ଦିନରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ, ଆନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସମଗ୍ର ଓଡିଶା ବ୍ୟାପି ଆନ୍ଦୋଳନ କରିବାକୁ ଆନ୍ତଃରାଷ୍ଟ୍ରୀୟ ବଜରଙ୍ଗ ଦଳ କନ୍ଧମାଳ ଜିଲ୍ଲା ସଭାପତି ବିଶ୍ୱଜିତ ସାହୁ ଓ ବାଲିଗୁଡା ବଜରଙ୍ଗ ଦଳ ଶାଖା ପରିଚାଳକ ମନୋଜ କୁମାର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.