ls

ଇସ୍କନ ପକ୍ଷରୁ ଜାରି ମହାପ୍ରଭୁଙ୍କ ବ୍ୟଙ୍ଗ ଚିତ୍ରକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲେ ସେବାୟତ

sb

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଇସ୍କନ ପକ୍ଷରୁ ଜାରି ମହାପ୍ରଭୁଙ୍କ ବ୍ୟଙ୍ଗ ଚିତ୍ରକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସେବାୟତ । ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରରେ ମହାପ୍ରଭୁଙ୍କୁ ଅଟହାସ୍ୟ କରିବା ଭଳି ଦୃଶ୍ୟ ରହିଛି । ଏହି ଆପତ୍ତିଜନକ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହୋଇଛି । ଏହା ଦେଖିବା ପରେ ପ୍ରତିହାରୀ ସେବାୟତ ଦାମ ପ୍ରତିହାରୀଙ୍କ ସମେତ ଅନ୍ୟ ସେବାୟତମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ, ରାଜ୍ୟ ୫-ଟି ସଚିବଙ୍କୁ ବ୍ୟଙ୍ଗ ଚିତ୍ରଟିକୁ ଟୁଇଟ୍‌ କରିବା ସହ ପ୍ରତିବାଦ କରିଛନ୍ତି । ଟୁଇଟ୍‌ରେ ଏଭଳି ପୋଷ୍ଟିଂ କରିଥିବା ଇସ୍କନ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

pc pk
Leave A Reply

Your email address will not be published.