କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଉଠିଲା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୀବନୀ ଓ ତାଙ୍କର ଲେଖା ଗୁଡିକ କେମିତି ଅନ୍ୟ ଭାଷାରେ ଅନୁବାଦ ହୋଇ ପାରିବ ସେଥିପ୍ରତି ଆମ ସମସ୍ତଙ୍କୁ ଧ୍ୟାନ ଦେଇ ଏ ଦିଗରେ କାମକରିବାକୁ ପଡିବ ବୋଲି ମତ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସାରେ କୋଶଲି ଭାଷାରେ ଆମ ଅଂଚଳର ଶିକ୍ଷାଦାନ କରାଗଲେ କୋଶଲି ବାଲ୍ମିକୀଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମୂଖ୍ୟବକ୍ତା କବି ସୁଶାନ୍ତ ବାଗ ମତ ରଖିଥିଲେ । କବି ଗୋପାଳ ମେହେର, ଦିଲ୍ଲୀପ ପୁରୋହିତ, ଗୀତିକାର ବ୍ରହ୍ମାନନ୍ଦ ବନଛୋର, କୋଶଲି ସଂଗଠନ ମଧୁସୁଦନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋଶଲି ଭାଷାକୁ ଓଡିଶାର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେବାକୁ ଦାବି ରଖିଥିଲେ । ତହଁକ୍‌ ସଂପାଦକ ରାଜେଶ ଦଣ୍ଡସେନା କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହାକୁ ସମସ୍ତେ ସମର୍ଥନ କରିଥିଲେ । କବି ଅର୍ଜୁନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ କବି ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଭରତ ମେହେର, ତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ଵାଇଁ, ନନ୍ଦିନୀ ସାହୁ, ଅଭିଜିତ ଫରିକାର ସହଯୋଗ କରିଥିଲେ ।

Leave A Reply

Your email address will not be published.