oom

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ମାହେଶ୍ୱରୀ ଅନୁଷ୍ଠାନ ବିଭିନ୍ନ ଦାବୀ ଜଣାଇଲେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କୁ ମାହେଶ୍ୱରୀ ସାମାଜିକ ସଂଗଠନ ତରଫରୁ ସୁଜନ ମୂଳକ ସାକ୍ଷାତ କରିବା ସହ ବଲାଙ୍ଗିରରେ ଅସ୍ୱାଭାବିକ ଭାବେ ବଢୁଥିବା ଗରମ ତଥା ପରିବେଶ ସନ୍ତୁଳନ ଦିଗରେ କିଭଳି ସବୁ ପଦକ୍ଷେପ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । ସହରିକରଣ ତଥା ରାସ୍ତା ପ୍ରସସ୍ଥିକରଣ ପାଇଁ ହଜାର ସଂଖ୍ୟାରେ ଗଛ କଟାଯିବା ତଥା ଜଙ୍ଗଲରେ ନିଆଁ ଲଗାଯିବା ଏସବୁ ମୁଖ୍ୟତ ବଢୁଥିବା ତାପମାତ୍ର ପାଇଁ ଦାୟୀ । ତେଣୁ ଆମ ଅଂଚଳର ନୂତନ ବନୀକରଣ ତଥା ପରିବେଶ ସନ୍ତୁଳନ ପାଇଁ ଆଗାମୀ ଦିନରେ ଅନେକ ଗୁଡିଏ ନୂତନ କାର୍ଯ୍ୟକର୍ମ ଅଗ୍ରାଧିକାର ଭିତ୍ତିରେ ବଲାଙ୍ଗିର ପାଇଁ ଅନୁମୋଦନ କରିବାର ପ୍ରତିଶୃତି ମନ୍ତ୍ରୀଙ୍କ ଠାରୁ ପାଇଥିବା ମାହେଶ୍ୱରୀର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ପ୍ରକାଶ କରିଛନ୍ତି । ସାକ୍ଷାତ ସମୟରେ ମାହେଶ୍ୱରୀର ଉପଦେଷ୍ଟା ଦିନେଶ ଶର୍ମା ଓ ସଭାପତି ଶୋଭନ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.