centurian jitm

ଭୂମିହୀନଙ୍କୁ ଜମି ପଟ୍ଟା ଦାବିରେ ଗର୍ଜିଲେ ସମରେନ୍ଦ୍ର

nschool
  • ଭୂମିହୀନ ଗରିବଙ୍କୁ ଜମିପଟ୍ଟା ପାଇବା ତାଙ୍କ ଅଧିକାର : ସମରେନ୍ଦ୍ର
  • ଜଳଚର କିସମ ଶୀଘ୍ର ପରିବର୍ତ୍ତନ କରି ପଟ୍ଟା ଦେବାର ପଦକ୍ଷେପ ନିଅ, ନହେଲେ ହେବ ଆଇନ ଅମାନ୍ୟ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ମହିଳା ଓ ପୁରୁଷ ଭୂମିହୀନମାନଙ୍କୁ ନେଇ ଜମି ପଟ୍ଟା ପ୍ରଦାନ ଦାବି ଆନ୍ଦୋଳନରେ ଯୋଗ ଦେଇ ଅଖିଳ ଭାରତୀୟ କଂଗ୍ରେସ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି । ସେ କହିଛନ୍ତି ଯେ, ସହର ଧିରେ ଧିରେ ବଢିବାରେ ଲାଗିଛି ଗାଁରୁ ଗରିବ ଲୋକେ ପେଟ ପାଟଣା ପାଇଁ ସହର ଆସୁଛନ୍ତି । ସ୍ଥାନେ ସ୍ଥାନେ ସେମାନେ ସରକାରୀ ଜାଗା ଦେଖି କୁଡିଆ କରି ପେଟ ପାଟଣା ପାଇଁ ରହିଯାଉଛନ୍ତି । ସେମାନଙ୍କୁ ଏହି ହୀନ ଗରିବ ବିରୋଧି ସରକାର ସେହି ଜାଗାରୁ ବେଦଖଲ କରିବା ଚକ୍ରାନ୍ତ କରୁଛି । ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ କହିଛନ୍ତି ଯେ ଯେହେତୁ ଦଳୀୟ ଲୋକ ସରକାରୀ ଜାଗାରେ ଘର କରି, ପେଟ ପାଟଣା କରି ତାର ଜୀବନ ଜିଉଁଛି ତେଣୁ ବଂଚି ରହିବା ତାର ମୌଳିକ ଅଧିକାର ଅଟେ ତେଣୁ ତାଙ୍କୁ ତାଙ୍କର ଅଧିକାର ମତେ ସେହି ଜାଗାରୁ ବେଦଖଲ କରାଯାଇ ପାରିବ ନାହିଁ । ଯେହେତୁ ସେ ଜାଗାରୁ ବେଦଖଲ କଲେ ଜୀବନ ଜିଇଁବାର ଅଧିକାର କ୍ଷୁର୍ଣ୍ଣ ହେଉଛି ତେଣୁ ଆମେ ଦାବି କରୁଛୁଁ ସେହି ଭୂମିହୀନ ଗରିବ ପରିବାରକୁ ସେମାନେ ରହୁଥିବା ଜାଗାରେ ହିଁ ତାଙ୍କର ଜମି ପଟ୍ଟା ପ୍ରଦାନ କରି ତାଙ୍କର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଦିଆଯାଉ ବୋଲି ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ମହିଳା ଓ ପୁରୁଷ ଭୂମିହୀନମାନଙ୍କୁ ନେଇ ଜମି ପଟ୍ଟା ପ୍ରଦାନ ଦାବି ଆନ୍ଦୋଳନରେ ଯୋଗ ଦେଇ ଅଖିଳ ଭାରତୀୟ କଂଗ୍ରେସ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି । ଏହି ମର୍ମରେ ସେ ନିଜ ଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଣୀ ସାଗର ଓ ଲକ୍ଷ୍ମୀଯୋର ଅଂଚଳରେ ଏପରି ଜଳଚର ଜାଗା ଅଛି ଯେଉଁ ଜାଗାରେ କି ଆଉ ପାଣି ରହୁନାହିଁ । ତେଣୁ ସେପରି ଜାଗାକୁ ଯେତେ ଶୀଘ୍ର ହେବ ତାର କିସମ ପରିବର୍ତ୍ତନ କରି ଗରିବମାନଙ୍କୁ ପଟ୍ଟା ପ୍ରଦାନ କରାଯାଉ ଏବଂ ଅନ୍ୟାନ୍ୟ ଅଂଚଳ ଯଥା ଇନ୍ଦିରାନଗର, ରାଜୀବ ନଗର, ଇଚ୍ଛାପଡା, ତୁଳସୀନଗର, ଲଳିତ ନଗର, ବିଷ୍ଣୁମୁଣ୍ଡା, ବେହେରାପାଲି, ସତିପଡା ପ୍ରମୁଖ ଅଂଚଳର ସରକାରୀ ଜାଗାକୁ ଜାଗା ମିଶନ ଯୋଜନା ମାଧ୍ୟମରେ ଗରିବଙ୍କୁ ପଟ୍ଟା ପ୍ରଦାନ କରାଯାଉ । ଏହା ସହ ସେ ସ୍ଥାନୀୟ ସରକାରୀ ଦଳର ରାଜନେତା କଟାକ୍ଷ କରି କହିଥିଲେ ଯେ ଯେଉଁମାନେ ୭୦୦ ଏକରର ସିଲିଂ ଜମି ଚଚଂକତା କରି ସାଧାରଣ ଜନତାଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ସେମାନେ କଣ ଗରିବଙ୍କ କଥା ବୁଝିବେ । ଯଦି ସଦ୍‌ ସାହାସ ଅଛି ସେ ସିଲିଂ ଜମି ଦୁର୍ନୀତି ନ କରି ସେହି ଜମିକୁ ଗରିବ ଭୂମିହୀନଙ୍କୁ ପ୍ରଦାନ କରନ୍ତୁ ବୋଲି କହିଥିଲେ । ବଲାଙ୍ଗିରବାସୀ ଜାଣିବା ଦରକାର ଯେ ଏହି ବିଜେଡି ସରକାର ଜବରଦଖଲକାରୀଙ୍କୁ ମାଡି ବସିଥିବା ଜାଗାରୁ ଘୋଡାଇବା ପାଇଁ ଜମି ଜବରଦଖଲ ବନ୍ଦ କରିବା ଆଇନ ଆଣିଥିଲେ । ତାହାକୁ କେବଳ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରବଳ ବିରୋଧ ଯୋଗୁଁ ରାଜ୍ୟପାଳଙ୍କ ଅନୁମୋଦନ ପାଇଲା ନାହିଁ । ବିଧାୟକ ଶ୍ରୀ ମିଶ୍ର ଚାହିଁଥିଲେ ଯେ ଏହି ଜମି ଜବରଦଖଲ ଆଇନରେ ଥିବା ୭ ବର୍ଷର ଜେଲ ଦଣ୍ଡ ଓ ଜରିମାନା ଗରିବ ଭୂମିହୀନଙ୍କ ପକ୍ଷରେ ଲାଗୁ ନ ହେଉ କିନ୍ତୁ ଏ ଗରିବ ବିରୋଧି ସରକାର ତାଙ୍କ କଥା କୁ ନ ଶୁଣି ଜୋର ଜବରଦସ୍ତ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଥିଲା ଯାହାକି ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧ ଯୋଗୁଁ ରାଜ୍ୟପାଳ ଅନୁମୋଦନ କରିନଥିଲେ । ପ୍ରତିବାଦ ସଭାରେ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ ବଲାଙ୍ଗିରର ଗରିବ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ପାଇଁ ସେ ବିଧାନସଭା, ଗୃହ କମିଟି ତଥା ନିଜ ନିର୍ବାଚନୀ ମଣ୍ଡଳି ସମୀକ୍ଷା ବୈଠକରେ ମଧ୍ୟ ଅଧିକାରୀମାନଙ୍କୁ ପଦକ୍ଷେପ ନେବା ପାଇଁ କହିସାରିଛନ୍ତି । ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଜିଲ୍ଲାପାଳଙ୍କ ମାର୍ଫତରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେତେ ଶୀଘ୍ର ହେବ ବଲାଙ୍ଗିରରେ ଥିବା ଗରିବ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେଉ ନ ହେଲେ ଏ ଆନ୍ଦୋଳନ ନିଆଁ ଭଳି ଜିଲ୍ଲା ତଥା ରାଜ୍ୟର ସବୁ ଅଂଚଳକୁ ବ୍ୟାପିବ ବୋଲି ଶ୍ରୀ ମିଶ୍ର କହିଥିଲେ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ପୌରାଂଚଳର ସମସ୍ତ ୱାର୍ଡର ହଜାର ହଜାର ଭୂମିହୀନ ପରିବାର ଯୋଗ ଦେଇଥିଲେ ।

Leave A Reply

Your email address will not be published.