ଋଷିକୂଲ୍ୟାଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ କରିବା ସୁବିଧା ସ୍ୱାଭାବିକ କରିବା ନେଇ ଜିଲ୍ଲାପାଳଙ୍କ ଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଘାଟ ବାଲି ରେମ୍ଫରୁ ବାଲି ଉତ୍ତୋଳନ ହୋଇ ପାରୁନଥିବା ହେତୁ ଗଞ୍ଜାମଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗାଡ଼ି ମାଲିକ ସଂଘ । ଗଞ୍ଜାମଜିଲ୍ଲାର ପାଲୁରୁ, ବେଗୁନିଆପଡ଼ା, କୋଦଳା ଓ ଖଲ୍ଲିକୋଟ ଅଞ୍ଚଳର ବାଲି ବ୍ୟବସାୟ କରୁଥିବା ଟ୍ରକ ମାଲିକମାନଙ୍କର ଦୀର୍ଘ ୨ମାସ ହେଲା ବାଲି ବ୍ୟବସାୟ କରିବାରେ ପ୍ରତିବନ୍ଧକ ହୋଇଛି । ଶହସ୍ରାଧିକ ଲୋକମାନେ ଜିଲ୍ଲାପାଳଙ୍କର ଦୃଷ୍ଟିଆକର୍ଷଣ ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଲାମ ଘାଟରୁ ବାଲି ଯୋଗାଇବା ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କର୍ତ୍ତବ୍ୟରତ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ମା’ ରାହାଣାଦେବୀ ଟ୍ରକ୍ ମାଲିକ ସଂଘ, ଖଲ୍ଲିକୋଟ, ମା କାମାକ୍ଷୀ ଟ୍ରକ୍ ମାଲିକ ସଂଘ, ପାଲୁରୁ, ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ଟ୍ରକ୍ ମାଲିକ ସଂଘ, ବେଗୁନିଆପଡ଼ା, ଶ୍ରୀ ଶ୍ରୀ ବାବା ଦଣ୍ଡେଶ୍ଵର ଟ୍ରକ୍ ମାଲିକ ସଂଘ, କୋଦଳାର ମାଲିକ ପ୍ରମୁଖ ଏକ ପ୍ରତିନିଧିଦଳ ଆସି ପ୍ରଶାସନିକ କାର୍ଯ୍ୟାଳୟ ରେ ଭେଟିଥିଲେ । ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯଥେଷ୍ଟ ପରିମାଣର ବାଲି, ଗୋଡ଼ି, ମେଟାଲ ର ଆବଶ୍ୟକତା ରହିଅଛି ଓ ତତ୍ ସହିତ – ୪ଦଫା ଦାବି ପ୍ରଶାସନ ଆଗରେ ବାଡ଼ି ରଖିଛନ୍ତି । ଯଥା – ଗଞ୍ଜାମ ଜିଲ୍ଲାର ସମସ୍ତ ବାଲି ରେମ୍ପରେ ଧାର୍ଯ୍ୟ କରାଯାଇଥିବା ଦ୍ରବ୍ୟର ଏକକ ମୂଲ୍ୟ ନିରୂପଣ କରିବା, ଲଘୁଜାତ ଖଣିଜ ଦ୍ରବ୍ୟର ପରିବ‌ହନ ନିମନ୍ତେ ପ୍ରଣୟନ କରାଯାଇଥିବା ନୂତନ ନିମୟ ଉପରେ ସ୍ପଷ୍ଟିକରଣ କରାଯାଉ, ମାଲ ଗାଡ଼ି ପରିବହନ ସମୟରେ ପ୍ରଶାସନ ଦ୍ୱାରା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନିମନ୍ତେ ନିବେଦନ । ସରକାରଙ୍କ ତଦ୍‌ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ସର୍ଵସାଧାରଣରେ ଅବଗତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ଏ ସମସ୍ତ ଦାବି ପୂରଣ ନହେଲେ ବାଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ ରାଜରାସ୍ତା କୁ ଓହ୍ଲେଇବା କୁ ପଛେଇବେ ନାହିଁ ବୋଲି କହିଛନ୍ତି । ଏପରିକି ସେମାନେ ଗଣ-ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.