ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଶମ୍ଭୁନାଥ ସାହୁ) : ଆଜି ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଦେଖାକରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରର ମୁଖ୍ୟ ଦାବୀ ଥିଲା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଥିବା ଯେତେ ବିଭାଗ, ଯଥା- ଏଜୁକେସନ୍‌, କଂପ୍ୟୁଟର ସାଇନ୍ସ, ବିଇଡ଼ି, ଏମ୍‌ଇଡ଼ିରେ ସ୍ଥାୟୀ ଅଧ୍ୟାପକ ଅଭାବରୁ ଅନ୍‌ଲାଇନ୍‌ କ୍ଲାସ୍‌ ହେଇ ପାରୁ ନଥିବା ବେଳେ ଯଥାଶୀଘ୍ର ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ କରାଯାଉ ।


ତେବେ ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଉଚ୍ଚଶିକ୍ଷା ବିଭାଗର ସଚିବ ସେମାନଙ୍କ ଦାବୀ ଉପରେ ଧ୍ୟାନ ଦେଇ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରିବା ସହ ଛାତ୍ରଛାତ୍ରୀ କିପରି ଉଚ୍ଚମାନର ଶିକ୍ଷା ପାଇପାରିବେ, ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ । ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅଙ୍କିତ ସାହୁ, ସନ୍ମୟ ସାହୁ, ଗାର୍ଗୀ ମିଶ୍ର, ଅଙ୍କିତା ପଟ୍ଟନାୟକ, ଅବିନାଶ ଦାସ, ରକ୍ଷକ ତାଣ୍ଡି, ଦିନେଶ କୁମାର ସାହୁ ପ୍ରମୁଖ ସାମିଲ୍‌ ଥିଲେ ।

Leave A Reply

Your email address will not be published.