ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡିଲା ୨ ମହଲା କୋଠା, ୩ ଶିଶୁ ସମେତ ୭ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗୋଣ୍ଡାରେ ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୨ ମହଲା କୋଠା ଭୁଶୁଡି ପଡିଥିଲା । କୁହାଯାଉଛି ଯେ କୋଠା ଭୁଶୁଡ଼ିବା କାରଣରୁ ପ୍ରାୟ ୧୪ ଜଣ ମାଟି ତଳେ ଫସି ରହିଥିଲେ । ତେବେ ଏମାନଙ୍କୁ ବହୁତ କଷ୍ଟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ତେବେ ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.