oom

ହକି ବିଶ୍ଵ କପ୍‌କୁ ସ୍ଵାଗତ କରିବାକୁ ବ୍ରହ୍ମପୁରରେ ସାଇକ୍ଲୋଥନ୍

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହକି ବିଶ୍ଵ କପ୍ ପାଇଁ ବ୍ରହ୍ମପୁରରେ ସାଇକ୍ଲୋଥନ୍କୁ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କିର୍ତ୍ତି ଭାସନ୍, ବ୍ରହ୍ମପୁର ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଟ୍ରାକ୍ ସୁଟ୍ ପିନ୍ଧି ସାଇକେଲ ଚଲାଇ ସାଇକ୍ଲୋଥନର ନେତୃତ୍ଵ ନେଇଥିଲେ । ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ହକି ବିଶ୍ଵ କପ୍‌କୁ ସ୍ଵାଗତ କରିବା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁରରେ ସାଇକ୍ଲୋଥନ୍ ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଷ୍ଟାଡିୟମରେ ଉଦ୍‌ଘାଟନୀ ସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଙ୍ଘମିତ୍ରା ଦଳେଇ, ବିଏମ୍‌ସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ପ୍ରମୁଖ ସାମିଲ ହୋଇଥିଲେ । ବିଏମ୍‌ସି, ବିଡିଏ ଦ୍ଵାରା ମିଳିତ ଭାବେ ଆୟୋଜିତ ଏହି ସାଇକେଲ ରାଲି ବ୍ରହ୍ମପୁରରୁ ଗୋପାଳପୁର ପର୍ଯ୍ୟନ୍ତ ଯାଇଥିଲା ।

jittmm
Leave A Reply

Your email address will not be published.