jayashree

୨୭ତମ ସର୍ବ ଭାରତୀୟ ବୋଡାସମ୍ବର କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

  • ୟୁନିଅନ୍ ସ୍ପେଟିଙ୍ଗ କଟକକୁ ହରାଇ ଫରେଷ୍ଟ କ୍ରିକେଟ କ୍ଲବ ଛତିଶଗଡ଼ ଫାଇନାଲରେ ପ୍ରବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ପୋଲ ‘ବି’ର ସେମିଫାଇନାଲ ମ୍ୟାଚ ୟୁନିଅନ ସ୍ପୋଟିଙ୍ଗ କଟକ ଓ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ କଟକ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୩୫ ଓଭରରେ ୯ ୱିକେଟ୍ ବିନିମୟ ୨୫୧ ରନ୍ ସଂଗ୍ରହ କରିଥିଲା । କଟକ ଦଳ ତରଫରୁ ଲିଲାଧର ପ୍ରଧାନ ୫୬(୬୬), ପଙ୍କଜ ସେନାପତି ୫୦(୪୪) ଓ ବିନାୟକ ସାହୁ ୪୪ (୨୪)ରନ କରିଥିଲେ । ଏହାର ଜବାବରେ ଫରେଷ୍ଟ ଦଳ ମାତ୍ର ୨୫ ଓଭରରେ ୪ ୱିକେଟ୍ ବିନିମୟ ୨୫୧ରନ କରି ସେମିଫାଇନାଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି । କଟକ ଦଳ ତରଫରୁ ଲଗାତାର ୨ଟି ଶତକ ମଧ୍ୟରେ ଶଶାଙ୍କ ଚନ୍ଦ୍ରୋକର ମାତ୍ର ୭୦ ବଲରେ ୧୩୫ ରନ କରିଥିଲେ । ଆଜି ସେମିଫାଇନାଲ ମ୍ୟାଚ୍‌ର ଉଦ୍‌ଯାପିତ ସନ୍ଧ୍ୟା ଅବସରରେ ପଦ୍ମପୁର ବସ ମାଲିକ ସଂଘ ସଭାପତି ମନରଞ୍ଜନ ସିଂ ବରିହା ଓ ସମ୍ପାଦକ ଏସ୍‌କେ ସମିଉଲ୍ ହୁସେନ ଯୋଗଦେଇ ମେନ୍ ଅଫ୍ ଦି ମ୍ୟାଚ ଭାବରେ ଫରେଷ୍ଟ ଦଳର ଶଶାଙ୍କ ଚନ୍ଦ୍ରୋକରଙ୍କୁ ପୁରସ୍କୃତ କରିଥିଲେ । ଆଜି ସେମିଫାଇନାଲର ମ୍ୟାଚ୍‌କୁ ଅମ୍ପାୟାର ବଳରାମ ପଟ୍ଟନାୟକ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ । ଆସନ୍ତାକାଲି ରବିବାର ବୋଡାସମ୍ବର କପ୍ କ୍ରିକେଟର ୨୭ତମ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପୋଲ ‘ଏ’ରେ ଏନ୍‌ଏସ୍‌ଏସ୍‌ ଆହ୍ଲାବାଦ ଓ ପୋଲ ‘ବି’ରେ ଫରେଷ୍ଟ ଛତିଶଗଡ଼ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ।

Leave A Reply

Your email address will not be published.