oom

ସାଊରିଆରେ ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫ୍ରେଣ୍ଡସ କ୍ଲବ ଚମ୍ପିୟାନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଞ୍ଚାୟତ ଘୋରଡିଆ ବାରବାଟି ଖେଳ ପଡିଆରେ ପଞ୍ଚାୟତ ପ୍ରିମିୟର ଲିଗ୍‌ ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସ୍ୱାଧୀନ ସେବା ସଂସ୍ଥାନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ପ୍ରିମିୟର ଲିଗ୍‌ ମ୍ୟାଚ୍‌ ସିଜିନ-୨ରେ ସ୍ଥାନୀୟ ଘନିପୁର ଓ ସାଉରିଆ ପଞ୍ଚାୟତର ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରି ସେମାନଙ୍କର କ୍ରୀଡାକୌଶଳ ପ୍ରଦର୍ଶନ କରିଥିଲେ । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଫ୍ରେଣ୍ଡସ କ୍ଲବ ଓ ଡାର୍କ ଥଣ୍ଡର ଟିମ୍ ପରସ୍ପରକୁ ଭେଟିଥିଲେ । ୧୬ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚରେ ପ୍ରଥମେ ଫ୍ରେଣ୍ଡସ କ୍ଲବ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ । ଜବାବରେ ଡାର୍କ ଥଣ୍ଡର ଟିମ୍ ସେହି ନିର୍ଦ୍ଧାରିତ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୫ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ ।ଆୟୋଜକଙ୍କ ତରଫରୁ ଫ୍ରେଣ୍ଡସ କ୍ଲବ ଦଳକୁ ଚମ୍ପିୟାନ ଓ ଡାର୍କ ଥଣ୍ଡର ଦଳକୁ ରନର୍ସ ଅପ ଘୋଷଣା କରାଯାଇଥିଲା । ସ୍ୱାଧୀନ ସେବା ସଂସ୍ଥାନର ପ୍ରତିଷ୍ଠାତା ସମାଜସେବୀ ଶଶୀ ଶେଖର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ କୁମାର ରାଉତରାୟ, ସମ୍ମାନୀତ ଅତିଥି ଭାବେ ଘୋରଡିଆ ଶାନ୍ତି କମିଟି ସମ୍ପାଦକ ରମେଶ ଚନ୍ଦ୍ର ପାଟ୍ଟଶାଣୀ, ସଦସ୍ୟ ସାକିର୍ ଖାଁ, ଘନିପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର, ସମିତି ସଭ୍ୟାଙ୍କ ପ୍ରତିନିଧି ରାଜକିଶୋର ବେହେରା, ସାଉରିଆ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦୁଃଶାସନ ବେହେରା, ସମିତି ସଭ୍ୟାଙ୍କ ପ୍ରତିନିଧି ମହନ୍ତ ମଙ୍ଗରାଜ ଏବଂ ୱାଉପଡା ଗ୍ରାମର ପୂର୍ବତନ ୱାର୍ଡ଼ ସଭ୍ୟ ଯୁଧିଷ୍ଠିର ମାର୍ଥା ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜକଙ୍କ ପକ୍ଷରୁ ଚମ୍ପିୟାନ ଦଳକୁ ନଗଦ ୧୨ହଜାର ଟଙ୍କା ଏବଂ ରନର୍ସ ଅପ ଦଳକୁ ୮ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ରାଧାନାଥ ମଙ୍ଗରାଜ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ଏବଂ ଚନ୍ଦନ ରାଉତ ମ୍ୟାନ୍ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ ।ସୂର୍ଯ୍ୟକାନ୍ତ ବାରିକ ଓ ଅମୂଲ୍ୟ ପରିଡା ଆମ୍ପାୟାର ଦାୟିତ୍ୱ ତୁଲାଇ ଥିବା ବେଳେ ବିଶ୍ୱରଞ୍ଜନ ଭୁଜବଳ କ୍ରିକେଟ ଧାରା ବିବରଣୀ ପ୍ରଦାନ କରିଥିଲେ । ଯୁବ ଉଦ୍ୟୋଗୀ ଶାନ୍ତନୁ କୁମାର ରାୟ ଓ ବିଶ୍ଵଜିତ ପାଢ଼ୀ ପ୍ରମୁଖ ସ୍ବେଛାସେବୀମାନଙ୍କ ସହଯୋଗରେ କ୍ରୀଡା ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । ଆମେ ସବୁ ଠିକ ରହିଲେ ଶାନ୍ତିଶୃଙ୍ଖଳା ଆପେ ଆପେ ଫେରିଆସିବ ବୋଲି ମତପ୍ରକାଶ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଉପରେ ସ୍ୱାଧୀନ ସେବା ସଂସ୍ଥାନର ପ୍ରତିଷ୍ଠାତା ସମାଜସେବୀ ଶଶୀ ଶେଖର ରାୟ ଗୁରୁତ୍ୱାରୋପ କରିଥିଲେ ।କ୍ରୀଡ଼ାଦ୍ୱାରା ଶାରୀରିକ, ମାନସିକ, ସାମାଜିକ, ଆର୍ଥିକ ତଥା ଭାଇଚାରା ସମ୍ପର୍କ ଅଭିବୃଦ୍ଧି ହୁଏ ବୋଲି ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ସମାଜସେବୀ ଶଶୀ ଶେଖର ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.