centurian jitm

ପଞ୍ଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୧ତମ ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ବୁକୁରାମୁଣ୍ଡା ସ୍କୁଲ ପଡିଆ ଠାରେ ଉଦଯାପିତ ହୋଇଯାଇଛି କ୍ଷ ଦୀର୍ଘ ୫ ଦିନ ବ୍ୟାପି ରେନବୋ କ୍ରିକେଟ ଆସୋସିଏସନ୍ର ଆନୁକୂଲ୍ୟରେ ତା,୦୨. ୦୨. ୨୦୨୧ ଠାରୁ ତା ୦୬. ୦୨. ୨୦୨୧ ପର୍ୟ୍ୟନ୍ତ ମହାସମାରୋହ ସହ ୨୬ଟି କ୍ରିକେଟ ଦଳସବ ନେଇ ଆୟୋଜନ କରାଯାଇଥିଲା । ଶେଷ ଦିବସରେ ଅତିଥି ଭାବେ ବରଗଡରୁ ଜିଲ୍ଲା ବଣିକ ସଂଘର ଉପ ସଭାପତି ପ୍ରଦୀପ କୁମାର ଦେବତା, ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ସମାଜ ସେବୀ ପ୍ରତାପ ନାଏକ, ଆନନ୍ଦ ପ୍ରଧାନ, ସୁନିଲ ଗଡତିଆ, ଗ୍ରାମର ଜଣାଶୁଣା ଭଦ୍ରବ୍ୟକ୍ତି ସ୍ୱର୍ଗ ବାରିକ, ରସିକ ବାରିକ ଏବଂ କଂଗ୍ରେସ ଦଳର ଯୁବନେତା ଗତିକୃଷ୍ଣ ଭୋଇ ଯୋଗଦେଇ ଖେଳାଳୀ ମାନଙ୍କ ମନୋବଳ ବଢାଇବା ସଙ୍ଗେ ସଙ୍ଗେ ଆୟୋଜକମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଅତିଥି ଶ୍ରୀ ଦେବତା ଶତାଧିକ ଦର୍ଶକମାନଙ୍କୁ ଖେଳକୁ ମଣିଷ ଏକ ଅଂଗ ରୂପେ ଗ୍ରହଣ କରିବା ଆବଶ୍ୟକ । କାରଣ ଖେଳ ଖେଳିଲେ ଏକ ପ୍ରକାର ମଣିଷ ପାଇଁ ବ୍ୟାୟାମ ସଙ୍ଗେ ସମାନ, ଦେହ ଫୁର୍ତ୍ତି ରହିବା ସହ ସ୍ୱାସ୍ଥ୍ୟକୁ ରୋଗ ଗ୍ରାସ କରିପାରେ ନାହିଁ ବୋଲି ତାଙ୍କ ମନ୍ତବ୍ୟ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ ନେହେରୁ ସ୍ପୋଟିଙ୍ଗ କ୍ଳବ ପଦ୍ମପୁର ଏବଂ ସିଂହନପୁର କ୍ରିକେଟ ଦଳଙ୍କ ମଧ୍ୟରେ ବଡ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇ ଶେଷରେ ନେହେରୁ ସ୍ପୋଟିଙ୍ଗ କ୍ଳବ ପଦ୍ମପୁର ଦଳ ୧୨୬ ରନ ହାସଲ କରିବା ସାଙ୍ଗକୁ ୮ ଓଭର ନେଇ ଉଇନର୍ ଭାବେ ଘୋଷିତ ହେବା ପରେ ସିଂହନପୁର କ୍ରିକେଟ ଦଳ ୯୬ ରନ ସହ ୮ ଓଭର ହାସଲ କରି ରନର୍ ଭାବେ ବିବେଚିତ ହୋଇଥିଲେ । ବିଜେତା ଦଳଙ୍କୁ ଅତିଥି ବୃନ୍ଦ ଟଙ୍କା ୧୫୦୦୦ ଓ ଟ୍ରଫି ପ୍ରଦାନ କରିବା ସହ ଉପ ବିଜେତାଙ୍କୁ ୮୦୦୦ଟଙ୍କା ସହିତ ଟ୍ରଫି ଦେଇ ସମ୍ମାନୀତ କରିଥିଲେ । ଫାଇନାଲରେ ସିରିଜ ସିଂହନପୁର ଦଳର ମଣ୍ଟୁ ଏକ ସାଇକେଲ ସହ ଟ୍ରଫିର ହକଦାର ହୋଇ ପାରି ଥିଲେ ।

Leave A Reply

Your email address will not be published.