ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ପ୍ରଥମ ସେମିଫାଇନାଲରେ ଖଲ୍ଲିକୋଟ କ୍ରିକେଟ କ୍ଲବ ବିଜୟୀ । ବିନାୟକ ଆଚାର୍ଯ୍ୟ କଲେଜ ପଡିଆଠାରେ ଜୁନିୟର କ୍ରିକେଟ କ୍ଲବ ପକ୍ଷରୁ ପଞ୍ଚମ ଜିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖଲ୍ଲିକୋଟ କ୍ରିକେଟ କ୍ଲବ ବନାମ ପାୱାର ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖଲ୍ଲିକୋଟ କ୍ରିକେଟ କ୍ଲବ ଟସ୍ ଜିତି ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ । ପାୱାର ଇଲେଭେନ ପ୍ରଥମେ ବ୍ୟାଟିଙ୍ଗ କରି ନିଦ୍ଧାରିତ ୨୦ ଓଭର ଖେଳି ୭ ୱକେଟ ହରାଇ ୧୭୭ ରନ୍ କରିଥିଲେ । ଦଳ ପକ୍ଷରୁ ଗୌରୀ ଶଙ୍କର ୩୩ ବଲ୍ ଖେଳି ୪୫ ରନ୍ ଓ ଜ୍ୟୋତି ରଞ୍ଜନ ପଟ୍ଟନାୟକ ୧୩ ବଲ୍ ଖେଳି ୩୦ ରନ୍ କରିଥିଲେ । ଖଲ୍ଲିକୋଟ ଦଳ ପକ୍ଷରୁ ବୋଲିଙ୍ଗରେ ସୌରଭ କୁମାର ଗୌଡ଼ ଓ ହେମନ୍ତ ଜାନି ଦୁଇ ଦୁଇ ଗୋଟି ୱକେଟ ହାସଲ କରିଥିଲେ । ଜବାବରେ ଖଲ୍ଲିକୋଟ କ୍ରିକେଟ କ୍ଲବ ଦଳ ବିଜୟ ଲକ୍ଷର ପିଛା କରି ୧୮ ଓଭର ୩ ବଲ୍ ଖେଳି ୪ ଗୋଟି ୱିକେଟ ହରାଇ ୧୮୦ ରନ କରିଥିଲେ । ଦଳ ପକ୍ଷରୁ ରାଜେନ୍ଦ୍ର ଗୌଡ଼ ୩୦ ବଲ୍ ଖେଳି ୫୩ ରନ୍ ଓ ଶ୍ରୀକାନ୍ତ ଗୌଡ଼ ୧୭ ବଲ୍ ଖେଳି ୪୧ ରନ୍ କରିଥିଲେ । ଏହି ମ୍ୟାଚ୍ରେ ଖଲ୍ଲିକୋଟ ଦଳ ୬ ୱକେଟରେ ବିଜୟୀ ହୋଇଥିଲା । ରାଜେନ୍ଦ୍ର ଗୌଡ଼ ସର୍ବାଧିକ ୫୩ ରନ୍ ଓ ଗୋଟିଏ ୱିକେଟ ହାସଲ କରିଥିବାରୁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ଆମ୍ପୟାର ଭାବେ ସନ୍ଦୀପ କୁମାର ପାତ୍ର ଓ ଦୀନବନ୍ଧୁ ଚୌଧୁରୀ ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର୍ ଭାବେ ସତ୍ୟ ନାରାୟଣ ପରିଡା ଖେଳକୁ ସହଯୋଗ କରିଥିଲେ ।