ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଦ୍ୱାରା ପ୍ରଥମ ବଲାଙ୍ଗିର କପ୍ ଉଦଘାଟିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଦ୍ୱାରା ପ୍ରଥମ ବଲାଙ୍ଗିର କପ୍ ସ୍ଥାନୀୟ ମିଶନ୍ ପଡିଆ ଠାରେ ଉଦଘାଟନ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ତଥା ପ୍ରଦେଶ କୋର ଗ୍ରୁପ କମିଟି ମୁଖ୍ୟ ସନ୍ତୋଷ କୁମାର ଭୋଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ମ୍ୟାଚ ‌ୱାଇଏସସିସି କଲେଜ ଛକ୍‌ ବଲା‌ଙ୍ଗିର ଏବଂ ଟିଟିଲାଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଟିଟିଲାଗଡ ଦଳ ପ୍ରଥମେ ବ୍ୟାଟି‌ଙ୍ଗ କରି ୧୬ ଓଭରରେ ୧୬୩ ରନ୍‌ ଟାର୍ଗେଟ ଦେଇଥିବା ବେଳେ ବଲାଙ୍ଗିର କଲେଜ ଛକ ‌ୱାଇଏସସିସି ଦଳ ୧୫ ଓଭର ୨ ବଲ ଖେଳି ବିଜୟୀ ହୋଇଥିଲେ ।

Leave A Reply

Your email address will not be published.