ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଆୟୋଜିତ ମାଆ ଡୋକରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଆୟୋଜକ ଜୟପାଟଣା ବେଷ୍ଟ ଇଲେଭେନ କ୍ରିକେଟ ଟିମ୍ର ତିରିଶ ବର୍ଷ ପୂର୍ତ୍ତି ଅବସରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ୧୬ଟି ଟିମ୍ ଯୋଗଦେଇ ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଜୟପାଟଣା ବେଷ୍ଟ ଇଲେଭେନ୍ ଖଲିଆଭଟାକୁ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲା । ପ୍ରଥମ ପୁରସ୍କାର ଟ୍ରଫି ସହିତ ୧୫,୦୦୦ ଟଙ୍କା ଓ ଦ୍ଵିତୀୟ ପୁରସ୍କାର ଦଶ ହଜାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । କ୍ରୀଡା ପରିଚାଳକ ଭାବରେ ରଞ୍ଜନ କୁମାର ବେହେରା ଓ ରାହୁଲ ପ୍ରଧାନ ସ୍କୋରର ଭାବରେ ଶୁଭେନ୍ଦୁ ସ୍ମୃତି ପ୍ରକାଶ ବେହେରା ଓ ସୁମିତ କୁମାର ଠାକୁର ନିୟୋଜିତ ଥିଲେ । ଧାରା ବିବରଣୀ ମାଧବ ବାଗ ଓ ବିକାଶ ଶବର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ କ୍ରୀଡାବିତ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଜଗମୋହନ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ରାଉତ, ବିଜେପି ଜୟପାଟଣା ମଣ୍ଡଳ ସଭାପତି ଉଆଂସୁ ବିଶ୍ଵାଳ, ବିଭୂତି ପାଣିଗ୍ରାହୀ, ସୀତାରାମ ନାଏକ, ଲକ୍ଷ୍ମଣ ରଣା, ବିରଞ୍ଚି ଖର୍ସେଲ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ବରିଷ୍ଠ କ୍ରୀଡାବିତ୍ ଭବାନୀ ନାଏକ, ମଣ୍ଟୁ, ମାଧବ, ଶିବା, ଧନ, ମୁକେଶ, ଲିପନ, ଗୁଣ୍ଡୁ, ପ୍ରେମ, କୁନା ଆକାଶ, ଜଗା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।