ମୁରିବାହାଲ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ଥାନା ଅଧିକାରୀ ଶ୍ରୀମତୀ ସିପୋରା ସରାୟା ଲୁଗୁନ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ସଭାପତିତ୍ୱ ଅଧ୍ୟକ୍ଷ ସରୋଜ କୁମାର ନାୟକ ଓ ନୋଡାଲ ଅଫିସର ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ସଭା ପରିଚାଳନା କରିଥିଲେ । ଆଜି ତିନୋଟି ବର୍ଷର ପିଲାମାନଙ୍କ ମଧ୍ୟରେ କ୍ରିକେଟ ଖେଳ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଅମ୍ପାୟାରସିପ୍‌ କରିଥିଲେ ନିଜେ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଅଧ୍ୟାପକ ସୋମେଶଦତ୍ତ ହୋତା, ଶରତ ପଧାନ, ଲଳିତ ବଘାର ଓ ବାବୁଲା ନାଏକ । ସହଯୋଗ କରିଥିଲେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଗୁଣସାଗର ମେହେର, ଘନଶ୍ୟାମ ଖମାରୀ, ଭ୍ରିଙ୍ଗରାଜ ରଣା, ପ୍ରେମଚାନ୍ଦ ତାଣ୍ଡି, ଛନ୍ଦା ଚରଣ ଖୁଣ୍ଟିଆ, ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଫାଲଗୁନି ଦାସ, କୈଳାସ ଯାନୀ, ବିଜୟ କଳତାଙ୍କ ସହିତ ଅଭୟ ଦାସ, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, ଶଶୀ ପଶାୟତ, ଦିଲୀପ ଘିଭେଲା, ମାନିନୀ ଓ ପଙ୍କଜିନୀ ଥିବା ଜଣାପଡିଛି ।

Leave A Reply

Your email address will not be published.