୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ : ସିଂହନପୁର ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ମା’ ସମଲେଶ୍ଵରୀ ସ୍ପୋଟିଂ ଦ୍ଵାରା ଆୟୋଜିତ ୨ୟ ବଲ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି‌ । ୩୨ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଓ ନବୁ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚରେ ସିଂହନପୁର ଦଳ ସାପଲହର ଦଳକୁ ହରାଇ ବିଜେତା ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଦହିତା ସରପଞ୍ଚ ଦମୟନ୍ତୀ ପାଣ୍ଡେ ମୁଖ୍ୟ ଅତିଥି ଏବଂ ରାଜା ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ସତ୍ୟ ଓ ଶିବ ଅମ୍ପାୟାରିଂ ଏବଂ ମାନସ ଓ ସୁଶାନ୍ତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଜୟ, ବିଜୟ ଓ ଆନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରେମ, ବିଦ୍ୟା, ପ୍ରମୋଦ, ମନୋଜ, ବିକାଶ, ସର୍ଜନ, ବିଜୟ, ରାଜୁ, ଶରତ ତଥା ମା’ ସମଲେଶ୍ଵରୀ ସ୍ପୋଟିଂର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.