oum

ପଦ୍ମପୁରରେ କୋଭିଡ କେୟାର ସେଣ୍ଟର ପାଇଁ ଦାବୀ କଲା ବିଜେପି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ଼ ମହାମାରୀର ପ୍ରଚନ୍ଦକାୟ ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ ଏଣୁ ଏହି ଅଞ୍ଚଳର ଲୋକମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ବର୍ତ୍ତମାନ ସାରା ଭାରତ ବର୍ଷରେ କରୋନା ତାର ଦ୍ୱିତୀୟ ପର୍ୟ୍ୟାୟରେ କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ଏହା ଆହୁରି ଭୟଙ୍କର ହେବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବାରୁ ମୁତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଏଠାରେ କରୋନା ରୋଗୀଙ୍କ ପାଇଁ ଉଚ୍ଚିତ ସୁବିଧା ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା କରୋନା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପଟେ ଜିଲ୍ଲା ମୁଖ୍ୟାଳୟ ପଦ୍ମପୁର ସଦର ମହକୁମାରୁ ୮୫କିଲୋମିଟର ଏବଂ ଶେଷ ସୀମାବର୍ତ୍ତି ଅଞ୍ଚଳ ମାନଙ୍କ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ହେଉଥିବା ବେଳେ ରୋଗୀ ନିରୁପାୟ ହୋଇ ଠିକ ଚିକିତ୍ସା ପାଇଁ ଯାଇ ପାରୁନାହାନ୍ତି । ତେଣୁ ଉତ୍ତମ ସ୍ୱସ୍ଥ୍ୟ ସେବା ପାଇଁ ପଦ୍ମପୁର ଠାରେ ୩୦୦ ଶଯ୍ୟା ବିଶିଷ୍ଟ ଅକ୍ସୀଜେନ ସୁବିଧା ସହ ଏକ କୋଭିଡ କେୟାର ସେଣ୍ଟର ଖୋଲାଯିବା ଏବଂ ରୋଗୀଙ୍କୁ ନିଆ ଅଣା କରିବା ପାଇଁ ଆଉ ୨ଟି ଏମ୍ବୁଲେନ୍ସ ଓ କୋଭିଡ଼ ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ମୃତ ଶରୀରକୁ ନେବା ପାଇଁ ଏକ ଶବ ବାହକ ଯାନର ବ୍ୟବସ୍ଥା କରିବା ଦାବୀ ନେଇ ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ତହସିଲ କୁମାର ସାହୁଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିବା ସହ ଘନାମାଲ ଗ୍ରାମରେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ତାହା ଯେମିତି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ଏହା ଉପରେ ପ୍ରଶାସନ ଧ୍ୟାନ ଦେବା ସହ ଉଚିତ ବ୍ୟବସ୍ଥା କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ତଥା ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ବରିଷ୍ଠ ନେତା ଅଶୋକ ମିଶ୍ର, ନାରିନେତ୍ରୀ ଜ୍ୟୋତ୍ସ୍ନାରାଣୀ କର, ଡା. ନାରାୟଣ ପୁରୋହିତ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ତଥା ଏଡ଼ଭୋକେଟ ଚିନ୍ମୟ କୁମାର ପଣ୍ଡା, ଏଡ଼ଭୋକେଟ ଆଦିତ୍ୟ କୁମାର ରଥ, ମଣ୍ତଳ ସଭାପତି ନିରାକାର ବରିହା, ସୁବାଷ ପାତ୍ର, କେତନ ମେହେର, ବିନୋଦ ବେହେରା, ନରେଶ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.