jayashree

ସାବଧାନ : କୋଭିଡ଼ ବୁଷ୍ଟର୍‌ ଡୋଜ୍‌ ବାହାନାରେ ଲୁଟୁଛନ୍ତି ସାଇବର୍‌ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ଼ ବୁଷ୍ଟର ଡୋଜ୍‌ ବାହାନାରେ ସାଇବର୍‌ ଲୁଟେରା ଏବେ ଲୁଟୁଥିବା ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି । କରୋନା ମହାମାରୀ କାଳରେ ଲୋକଙ୍କ ବିକଳତାକୁ ନେଇ ଖେଳ ଖେଳୁଛନ୍ତି ଲୁଟେରା ଏବଂ ଆଖି ପିଛୁଳାକେ ହଡପ୍‌ କରୁଛନ୍ତି ବ୍ୟାଙ୍କ ଆକାଉଣ୍ଟର ସମସ୍ତ ଅର୍ଥ । ଏ ସଂକ୍ରାନ୍ତରେ ରାୟପୁର ପୋଲିସ ଏକ ସ୍ୱତନ୍ତ୍ର ସତର୍କତା ସୂଚନା ସର୍ବସାଧାରଣଙ୍କ ପାଇଁ ଜାରି କରିଥିବା ବେଳେ ସାରା ଦେଶରେ ଏଭଳି ଠକେଇକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଲୁଟେରା ମାନେ ପ୍ରଥମରେ ଏକ କଲ୍‌ କରୁଛନ୍ତି ଏବଂ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ନେଇଥିବା ତାରିଖ ଓ ସ୍ଥାନ ବିଷୟରେ ସ୍ପଷ୍ଟ ସୂଚନା ଦେଇ ବିଶ୍ୱାସ ଜନ୍ମାଉଛନ୍ତି । ଏହାପରେ କରୋନାର ନୂତନ ଭାରିଆଂଟ ଓମିକ୍ରନ୍‌ ଠାରୁ ବଂଚିବା ପାଇଁ ତୃତୀୟ ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନୁରୋଧ କରି ଏଥିପାଇଁ ସମୟ ଓ ସ୍ଥାନର ସୂଚନା ଦେଉଛନ୍ତି । ପୁଣି ବୁଷ୍ଟର୍‌ ଡୋଜ୍‌ ପାଇଁ ରେଜିଷ୍ଟ୍ରେସନ୍‌ କରିବା ବାହାନାରେ ମୋବାଇଲ୍‌ ଫୋନ୍‌କୁ ଏକ ଓଟିପି ପଠାଯାଉଛି ଏବଂ ଏହି ଓଟିପି ନମ୍ବର କହିବାକୁ ଅନୁରୋଧ କରୁଛନ୍ତି । ଏହି ଓଟିପି ନମ୍ବର ଦେଉ ଦେଉ ବ୍ୟାଙ୍କ ଖାତାରୁ ଲୁଟି ନେଉଛନ୍ତି ସମସ୍ତ ଅର୍ଥ । ଏଭଳି ଠକେଇ ପ୍ରତି ସମସ୍ତେ ସଜାଗ ହେବାକୁ ଅନୁରୋଧ କରାଯାଇଥିବା ବେଳେ ଓଟିପି କାହାକୁ ବି କୌଣସି ପରିସ୍ଥିତିରେ ନ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.