
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ୮ ହଜାର ୮୪୫ଜଣ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଥିବା କୁହାଯାଇଛି । କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସୁଥିବା ବେଳେ ସଂକ୍ରମଣ ପ୍ରତି ରାଜ୍ୟବାସୀ ସତର୍କ ରହିବାକୁ ଓ କୋଭିଡ଼୍ ଗାଇଡ଼ ଲାଇନ୍ ମାନି ଚଳିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।