jayashree

ଦଣ୍ଡ ନୃତ୍ୟ ମାଧ୍ୟମରେ କରୋନା ସଚେତନତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ପାଇଁ ସମସ୍ତେ ଚିନ୍ତିତ । କିଭଳି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ସହ ସଚେତନତା ଜାରି ରଖିଛନ୍ତି । ତଥାପି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏହା ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଦକ୍ଷିଣ କାଳୀ ଓ ଘୁ.ଉଦୟଗିରି ସହରରେ ପ୍ରଭୁ ଆନନ୍ଦେ‌ଶ୍ୱର ଏବଂ ମା’ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡଯାତ୍ରା କୋଭିଡ୍ କଟକଣା ଭିତରେ କେବଳ ପୂଜାପାଠ ପରମ୍ପରା ଭିତରେ ପାଳିତ ହେଉଛି । ଫଳରେ ଚଳିତବର୍ଷ ଆଉ ରଙ୍ଗୀନ ଆଲୋକମାଳା, ଯାତ୍ରା ପେଣ୍ଡାଲ ଓ ସାଉଣ୍ଡ୍ ଶୁଭୁନି । ସାଂସ୍କୃତିକ କାର୍ୟ୍ୟକ୍ରମ ସାଙ୍ଗକୁ ମନୋରଞ୍ଜନ କାର୍ୟ୍ୟକ୍ରମ ବନ୍ଦ ହୋଇଯାଇଛି । କିନ୍ତୁ ପାରମ୍ପରିକ ଦଣ୍ଡରେ କୋଭିଡ୍ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି । କରୋନା ରୋଗ ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି କଳାକାର । କରୋନା ଭୂତାଣୁ ବେଶଧାରୀ କିଛି କଳାକାର ନାଚଗୀତ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ଦୃଶ୍ୟ ଦେଖୁବାକୁ ମିଳିଛି । ମାସ୍କ୍ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷାକରନ୍ତୁ ବୋଲି ସଚେତନତା ବାର୍ତ୍ତା ପିଠିରେ କଳାକାରମାନେ ଲେଖି ସହର ପରିକ୍ରମା କରୁଛନ୍ତି । କରୋନା ରୋଗର ଲକ୍ଷଣ ଓ ଏହା ଦାଉରୁ ରକ୍ଷା ପାଇବା ନିମନ୍ତେ ଆମକୁ କଣ କଣ ପଦକ୍ଷେପ ନେବାକୁ ପଡ଼ିବ ତା’ଉପରେ ପ୍ରାଞ୍ଜଳ ଭାବେ ନିଜ ଅଭିନୟ, ଗୀତ ଓ ନାଚ ମାଧ୍ୟମରେ ଲୋକଙ୍କୁ ହସାଇ ହସାଇ ସଚେତନ କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.