ls

କରୋନାକୁ ମାତ ଦେଲା ପାଞ୍ଚ ମାସର ଶିଶୁ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଏକ ମାତ୍ର ୫ମାସର ଶିଶୁ କନ୍ୟା ତିତିଲି କରୋନାକୁ ମାତ ଦେଇଛି । ଯାହା ଅନେକ ସଂକ୍ରମିତଙ୍କୁ ନୁଆଁ ସାହସ ଦେବା ସହ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ସାରା ଦେଶକୁ ଗ୍ରାସ କରିଛି । ମହାମାରୀ ଯେତିକି ଘାତକ, ମହାମାରୀର ଭୟ ତାଠୁ ଆହୁରି ଘାତକ ସାବିତ ହେଉଛି । ଅନେକ ସଂକ୍ରମିତ ପ୍ରାଣ ଭୟରେ ହୃଦଘାତ ଶିକାର ହେଉଥିବା ନଜିର ରହିଛି । ତେଣୁ ଚିକିତ୍ସା ସମୟରେ ରୋଗୀଙ୍କୁ ଧର୍ୟ୍ୟ ଓ ସାହସ ସହିତ ଏହାର ମୁକାବିଲା କରିବାକୁ ବିଶେଷଙ୍ଗ ମାନେ ବାରମ୍ବାର ମତ ପ୍ରକାଶ କରୁଛନ୍ତି । ଏଭଳି ପରିସ୍ଥିତିରେ ବଲାଙ୍ଗିରରୁ ଆସିଛି ଏକ ଖୁସିର ଖବର । କରୋନାକୁ ହରାଇଛି ଜଣେ ପାଞ୍ଚ ମାସର ଶିଶୁକନ୍ୟା । ବଲାଙ୍ଗିର ସହର ଜଗନ୍ନାଥ ପଡାରେ ରହୁଥିବା ସୁରେଶ ବାରିକ ନାମକ ବ୍ୟକ୍ତି ପେସାରେ ଜଣେ ଶିକ୍ଷକ । ଗତ ମେ ମାସ ୧୯ ତାରିଖରେ ସୁରେଶଙ୍କର ପାଞ୍ଚ ମାସର ଝିଅ ତିତଲି ବାରିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନେବାପରେ ବାପା ସୁରେଶ ଝିଅର ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ । ଶିଶୁଙ୍କ କରୋନା ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନଥିବା କହି ଡାକ୍ତର ତାଙ୍କୁ ଫେରାଇ ଦେବା ସହ ଘରେ ରଖି ଚିକିତ୍ସା କରିବାକୁ କହିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁକନ୍ୟାକୁ ଘରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମ ଓ ଶିଶୁର ମାଁ ବାପାଙ୍କ ସେବା କ୍ରମେ ଆଜି କରୋନାକୁ ହରାଇଛି ତିତଲି । ଆଜି ପୁଣି ସ୍ୱାସ୍ଥ୍ୟ ବିଭାଗ ଟିମ ଛୋଟ ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାକୁ ସୁସ୍ଥ ଘୋଷଣା କରିଥିଲେ । ଅନ୍ୟ ପଟେ ପାଞ୍ଚ ମାସର ଶିଶୁ କନ୍ୟା ତିତଲି କରୋନାକୁ ହରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

pc pk
Leave A Reply

Your email address will not be published.