ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୪ ଓ ୨୧ରୁ ୨ ଜଣ, ୬, ୨, ୧୯, ୧୮ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ଦେଓଗାଁ ଗ୍ରା.ପ.ରୁ ୨ ଜଣ, ବ୍ରାହ୍ମଣୀଯୋର ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଭାନପୁର ଗ୍ରା.ପ., ମହରାପଡା ଗ୍ରା.ପ., ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ୨ ଜଣ, ବାଦିବାହାଲ ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ହଲଦି ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଉଲବା ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ. ୯, ୪, ୫ରୁ ଜଣେ ଲେଖାଏଁ, ସଇଁତଲା ବ୍ଲକ ଘୁନସର ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ ମଣିଗାଁ ଗ୍ରା.ପ.ରୁ ୧ ଜଣ, ଖୋଲାନ ଗ୍ରା.ପ.ରୁ ୧ ଜଣ, ନରେନ ଗ୍ରା.ପ.ରୁ ୧ ଜଣ, ପରାସରା ଗ୍ରା.ପ.ରୁ ୧ ଜଣ, ବାନ୍ଦୁପଲା ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ.୭, ୧୪, ୧୦, ୧୨, ୮ରୁ ଜଣେ ଲେଖାଏଁ ଓ ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.