ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ବରକାନୀ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨୦ରୁ ଜଣେ, ବେଲପଡ଼ା ବ୍ଲକ୍‌ ନୁନହାଡ଼ ଓ ବେଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଳକ୍‌ ଚନାବାହାଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌ ଯୋଗୀମୁଣ୍ଡା ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ପୁଇଁନ୍ତଲା ବ୍ଲକ୍‌ ବହଲପଦର ଗ୍ରା.ପ.ରୁ ୨ ଜଣ ଓ ତୁରେକେଲା ବ୍ଲକ୍‌ କୁଇବାହାଲ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ଏବେ ୧୦୧ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କୁହାଯାଇଛି ।

Leave A Reply

Your email address will not be published.