ls

କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ : ବଲାଙ୍ଗିର ଜିଲ୍ଲାରେ ଆଜି ୩ ନୂଆ କରୋନା ଆକ୍ରାନ୍ତ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୮୪୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭୮୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୨୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୯ରୁ ଜଣେ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସକ୍‌ମା ଓ କୁଡ଼ାସିଂଗା ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦେଶର ୫ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ ପୁଣି କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ୫ଟି ରାଜ୍ୟରୁ ଟ୍ରେନ୍‌ ଯୋଗେ ଆସୁଥିବା ଯାତ୍ରୀମାନଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ୭ ଦିନ କ୍ୱାରେନ୍‌ଟାଇନ୍‌ରେ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି । ଏଥି ସହିତ ମାକ୍ସ ପରିଧାନ, ସାନିଟାଜର୍‌ ବ୍ୟବହାର ତଥା ସାମାଜିକ ଦୂରତା ରକ୍ଷା କରିବା ଦିଗରେ ସଚେତନ ହେବାକୁ ଜିଲ୍ଲାବାସୀଙ୍କୁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି ।

pc pk
Leave A Reply

Your email address will not be published.